Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସେଲ୍ଫ କ୍ବାରେଣ୍ଟାଇନରେ : ଅମିତ ଶାହଙ୍କୁ ଭେଟିଥିଲେ ଶନିବାର

3/08/2020 at 2:16 PM

ନୂଆଦିଲ୍ଲୀ ୩/୮: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କରୋନା ସଂକ୍ରମିତ ଜଣା ପଡ଼ିବା ପରେ କେନ୍ଦ୍ର ମନ୍ତ୍ରୀମାନେ ନିଜକୁ ଆଇସୋଲେଟ୍ କରିବା ଆରମ୍ଭ କରି ଦେଇଛନ୍ତି। ଏହାର ଆରମ୍ଭ କେନ୍ଦ୍ର ସଞ୍ଚାର ଏବଂ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କରିଛନ୍ତି। ରବିଶଙ୍କର ପ୍ରସାଦ ନିଜକୁ କ୍ବାରେଣ୍ଟାଇନ୍ କରି ନେଇଛନ୍ତି। ଶନିବାର ସନ୍ଧ୍ୟାରେ ରବିଶଙ୍କର ପ୍ରସାଦ,ଅମିତ ଶାହଙ୍କୁ ଦେଖା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ପରି ଗୃହ ସଚିବ ଅଜୟ କୁମାର ଭଲ୍ଲା ନିଜକୁ ସେଲ୍ଫ କ୍ବାରେଣ୍ଟାଇନ୍ କରି ନେଇଛନ୍ତି। ସେ ମଧ୍ୟ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଗୃହ ମନ୍ତ୍ରୀ ସେତେ ଦିନ ଯାଏଁ କ୍ବାରେଣ୍ଟାଇନରେ ରହିବେ ଯେତେ ଦିନ ଯାଏଁ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିନାହିଁ।

ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଯୋଗାଯୋଗରେ ଆସିଥିଲେ। ଏହା ପରେ ସେ ନିଜର ,ନିଜର ପରିବାର ଏବଂ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଇଥିଲେ। ଆଶ୍ବସ୍ତିର କଥା ଯେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏମ୍ସରେ ପହଞ୍ଚିଥିବା ଟିମ୍ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଏବଂ ତାଙ୍କ ପରିବାର-ଷ୍ଟାଫଙ୍କ ଟେଷ୍ଟ କରିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ କାଲି ହିଁ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ସେ ମେଦାନ୍ତା ହସ୍ପିଟାଲରେ ଭର୍ତି ହୋଇଛନ୍ତି। ନିଜେ ଗୃହମନ୍ତ୍ରୀ ଶାହ ରବିବାର ଦ୍ବିପ୍ରହରରେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।

   Related Posts