Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଶାସ୍ତ୍ରୀଙ୍କ ଗୋଟିଏ ପରାମର୍ଶ ବଦଳାଇଥିଲା ସଚିନଙ୍କ ଜୀବନ, କଣ ଥିଲା ସେହି କଥା ଯାହାକୁ ମନେ ରଖିଛନ୍ତି ମାଷ୍ଟରବ୍ଲାଷ୍ଟର

25/04/2020 at 9:12 PM

ମୁମ୍ବାଇ, ୨୫|୦୪:   ରବି ଶାସ୍ତ୍ରୀଙ୍କ ଗୋଟିଏ ପରାମର୍ଶ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଫଳରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବା ସହ ଅନେକ ରେକର୍ଡ ସ୍ଥାପନା କରିଥିଲେ । ଏନେଇ ସଚିନ ନିଜେ ଖୁଲାସା କରିଛନ୍ତି ।

ସେ କହିଛନ୍ତି ଯେ, ଗୋଟିଏ ସମୟ ଥିଲା ସେ ଦଳରେ ସ୍ଥାନ ପାଇବା ପାଇଁ ସଙ୍ଘର୍ଷ କରୁଥିଲେ । ଯେତେବେଳେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଦେଇଥିଲେ ପାକିସ୍ତାନୀ ବୋଲରଙ୍କ ଦବଦବା ରହିଥିଲା । ସେ ନିଜ ପ୍ରଥମ ମ୍ୟାଚରେ ଇମ୍ରାନ ଖାନା  ଓ ଓ୍ୱାସିମ ଆକ୍ରମଙ୍କ ବୋଲିଂର ସାମ୍ନା କରିଥିଲ । ସେ ନିଜ ପଦାର୍ପଣ ମ୍ୟାଚରେ ମାତ୍ର ୧୫ ରନ କରିପାରି ଥିଲେ । ତାଙ୍କୁ ଏହା ଶେଷ ମ୍ୟାଚ ବୋଲି ଲାଗିଥିଲା ।

ସେହି ସମୟରେ ତାଙ୍କୁ ରବି ଶାସ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାପରଠୁ ସେ ଆଉ ପଛକୁ ଚାହିଁନାହାଁନ୍ତି । ସେ ପଦାର୍ପଣ ମ୍ୟାଚରେ ପାକିସ୍ତାନୀ ବୋଲିଂ ଦେଖି ସାମନ୍ୟ ବିଚଳିତ ହୋଇଥିଲେ । ଆଉଟ ହେବା ପରେ ସେ ଡ୍ରେସିଂ ରୁମର ବାଥରୁମରେ କାନ୍ଦିଥିଲେ । ଏହାପରେ ସେ ବୋଲିଂର ସାମ୍ନା କରିପାରିବେ ନାହିଁ ବୋଲି ଭାବିଥିଲେ । କିନ୍ତୁ ଶାସ୍ତ୍ରୀ ତାଙ୍କ ସହ ଆଲୋଚନା କରିଥିଲେ ।

ଶାସ୍ତ୍ରୀ କହିଥିଲେ ଯେ, ସେ ସ୍କୁଲ ମ୍ୟାଚ ଭଳି ଖେଳିଥିଲେ । ଦୁନିଆର ଦ୍ରୁତ ବୋଲରଙ୍କ ସାମ୍ନା କରିବା ଜରୁରୀ । ଦ୍ରୁତ ବୋଲିଂକୁ ନଡରିବା ଉଚିତ । ୩୦ ମିନିଟ କ୍ରିଜରେ ବିତାଇବା ପରେ ବୋଲରଙ୍କୁ ବୁଝିବା ସହଜ ହୋଇଯାଏ । ଆସନ୍ତା ମ୍ୟାଚରେ ଶାସ୍ତ୍ରୀଙ୍କ ପରାମର୍ଶ କାମ ଦେଇଥିଲା । ସେ ସ୍କୋର ବୋର୍ଡ ନଦେଖି ଘଣ୍ଟାକୁ ଦେଖିଥିଲେ । ଏହି ମ୍ୟାଚରେ ସେ ୫୯ ରନ କରିଥିଲେ । ସେବେଠାରୁ ସଚିନ ଆଉ ପଛକୁ ହଟିନଥିଲେ।

   Related Posts