'ସୂର୍ଯ୍ୟ ନମସ୍କାର, ଧର୍ଯ୍ୟ ଧର', ଦଳରେ ସ୍ଥାନ ନମିଳିବା ପରେ ଯାଦବଙ୍କୁ ଏପରି କହିଲେ କୋଚ୍ ରବି ଶାସ୍ତ୍ରୀ

Published By : Prameya-News7 Bureau | October 29, 2020 IST

ଦୁବାଇ, ୨୯।୧୦:   ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇନାହାଁନ୍ତି ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ । ତେବେ ସେ ଚୟନକର୍ତ୍ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମୁକାବିଲାରେ କଡା ଜବାବ ଦେଇଥିଲେ । ଏହି ମ୍ୟାଚରେ ସେ ୪୩ ବଲରୁ ୭୯ର ଅପରାଜିତ ଇନିଂସ ଖେଳିଥିଲେ । ସୂର୍ଯ୍ୟଙ୍କ ଏହି ଇନିଂସ ପରେ ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀ ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିଥିଲେ ।

ଘରୋଇ କ୍ରିକେଟ ଓ ଆଇପିଏଲରେ ଲଗାତର ଭାବେ ପ୍ରଦର୍ଶନ କରିବା ସତ୍ତ୍ୱେ ସୂର୍ଯ୍ୟଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ କିମ୍ବା ଟି୨୦ ସିରିଜରେ ସ୍ଥାନ ମିଳିନଥିଲା ।

କଣ କହିଲେ ରବି ଶାସ୍ତ୍ରୀ

୩୦ ବର୍ଷୀୟ ଯାଦବଙ୍କ ୧୦ ଚୌକା ଓ ୩ ଛକାର ଇନିଂସ ବଳରେ ମୁମ୍ବାଇ ଆରସିବିକୁ ୫ ଓ୍ୱିକେଟରେ ପରାସ୍ତ କରିଥିଲା । ଶାସ୍ତ୍ରୀ ମ୍ୟାଚ୍ ପରେ ଟ୍ୱିଟ୍ କରି କହିଥିଲେ ଯେ, ସୂର୍ଯ୍ୟ ନମସ୍କାର, ମଜବୁତ ରୁହ ଓ ଧର୍ଯ୍ୟ ଧର ।

wp:html /wp:html

ସେହ୍ୱାଗ ମଧ୍ୟ କରିଛନ୍ତି ପ୍ରଶଂସା

ମୁମ୍ବାଇର ବିଜୟ ପରେ ସୂର୍ଯ୍ୟକୁମାର ନିଜ ହେଲମେଟ୍ ବାହାର କରି ଡ୍ରେସିଂ ରୁମ୍ ଆଡକୁ ଇସାରା କରିଥିଲେ । ଏପରିକି ମୋ ଉପରେ ବିଶ୍ୱାସ ରଖ । ମୁଁ ଜିତିବା ଯାଏଁ ଖେଳିବି ବୋଲି କହିଥିଲେ । ଏହାପରେ ସେହ୍ୱାଗ ଟ୍ୱିଟ୍ କରି କହିଥିଲେ ଯେ, ସୂର୍ଯ୍ୟଙ୍କଠାରେ ସାମର୍ଥ୍ୟ ରହିଛି । ଅତିଶୀଘ୍ର ତାଙ୍କର ନମ୍ବର ଆସିବ । ଏଥିରେ ସନ୍ଦେହ ନାହିଁ । ଲଗାତର ତିନୋଟି ଭଲ ସିଜିନ ଓ ସୂର୍ଯ୍ୟ କୁମାରଙ୍କ ଆକର୍ଷଣୀୟ ଇନିଂସ ମନେ ରହିବ ।

ଚୟନ ସମିତିର ପୂର୍ବତନ ମୁଖ୍ୟ କ୍ରିସ୍ ଶ୍ରୀକାନ୍ତ ଟ୍ୱିଟ୍ କରି କହିଥିଲେ ଯେ, ଆକର୍ଷଣୀୟ ଇନିଂସ ଥିଲା । ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ତାଙ୍କୁ ଆଉ କଣ କରିବାକୁ ପଡିବ ଜଣା ନାହିଁ । ଅତିଶୀଘ୍ର ତାଙ୍କୁ ଭାରତୀୟ ଦଳର ଜର୍ସିରେ ଦେଖିବାକୁ ମିଳିବ ବୋଲି ଆଶା ରହିଛି ।

ସଚିନ୍ ତେନ୍ଦୁଲକର ମଧ୍ୟ ଟ୍ୱିଟ୍ କରି କହିଥିଲେ ଯେ, ମୁମ୍ବାଇ ପାଇଁ ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ସୂର୍ଯ୍ୟକୁମାରଙ୍କ ଏହା ଏକ ଆକର୍ଷଣୀୟ ଇନିଂସ । ଏବେ ତାଙ୍କୁ ବହୁତ କିଛି ହାସଲ କରିବାକୁ ବାକି ଅଛି । ସୂଚନାଯୋଗ୍ୟ, ସୂର୍ଯ୍ୟଙ୍କୁ ଭାରତୀୟ ଦଳରେ ସାମିଲ ନକରାଯିବାରୁ ଅନେକ କ୍ରିକେଟ୍ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.