୧୨ବର୍ଷ ଧରି ଫିଲ୍ମରେ ମାଗଣାରେ କାମ କରୁଥିଲେ ଅଭିନେତା ରବି କିଶାନ : ଏପରି ହୋଇଥିଲେ ଭୋଜପୁରୀ ସୁପରଷ୍ଟାର
17/07/2020 at 11:59 AM

ମୁମ୍ବାଇ ୧୭/୭: ଭୋଜପୁରୀ ଏବଂ ହିନ୍ଦୀ ସିନେମାର ଦିଗ୍ଗଜ ଅଭିନେତା ରବି କିଶନ ନିଜ କ୍ୟାରିୟରରେ ଖୁବ୍ ସଂଘର୍ଷ କରିଛନ୍ତି। କମ୍ ହିଁ ଲୋକେ ଜାଣନ୍ତି ଯେ ରବି କିଶାନଙ୍କୁ ଭୋଜପୁରୀ ସୁପରଷ୍ଟାରର ପଦବାଚ୍ୟ ମହାନାୟକ ଅମିତାଭ ବଚ୍ଚନ ଦେଇଥିଲେ। ଉତ୍ତରପ୍ରଦେଶର ଜୌନପୁରର ବିସୁଇ ଗାଁରେ ଜନ୍ମ ହୋଇଥିବା ରବି କିଶାନ ଜୁଲାଇ ୧୭ତାରିଖରେ ଅର୍ଥାତ୍ ଆଜି ନିଜର ୫୧ତମ ଜନ୍ମଦିନ ସେଲିବ୍ରେଟ୍ କରୁଛନ୍ତି। ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ରବି କିଶାନଙ୍କ ଯାତ୍ରା ବିଷୟରେ

ରବି କିଶାନ ନିଜ କ୍ୟାରିୟରର ଆରମ୍ଭ ୧୯୯୨ମସିହାରେ ଫିଲ୍ମ ପୀତାମ୍ବରରୁ କରିଥିଲେ। ଅନେକ ଲୋକ ଭାବନ୍ତି ଯେ ରବି ଭୋଜପୁରୀ ସିନେମାରୁ ହିନ୍ଦୀ ସିନେମାକୁ ଆସିଥିଲେ କିନ୍ତୁ ଏହା ଭୁଲ୍। ରବି କିଶାନ୍ କେତେକ ହିନ୍ଦୀ ଫିଲ୍ମରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୨ମସିହାରୁ ୨୦୦୨ମସିହା ଯାଏଁ ସେ ହିନ୍ଦୀ ଫିଲ୍ମ କରିଥିଲେ ଯାହା ପରେ ସେ ସଇଁୟା ହମାର ରେ ପ୍ରଥମ ଥର ଭୋଜପୁରୀ ସିନେମାରେ ନଜର ଆସିଥିଲେ।

ରବି ନିଜ ଜୀବନରେ ଖୁବ୍ ସଂଘର୍ଷ କରିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ପ୍ରଥମ ପ୍ରଥମ କେତେକ ଫିଲ୍ମ ମାଗଣାରେ କରିଥିଲେ। ସେ କହିଥିଲେ ଯେ ଶେଷ ସମୟରେ ରିଜେକ୍ଟ ହେବା ଫଳରେ ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଭଳି ସବୁ କିଛି ସହିଥିଲେ। ସେ ୧୨-୧୪ଟି ଫିଲ୍ମ ବିନା ଟଙ୍କାରେ ହିଁ କରି ନେଇଥିଲେ।

ରବି କହିଥିଲେ ଯେ ତାଙ୍କୁ କାମ ଦରକାର ଥିବାରୁ ସେ ରାଜି ହୋଇଯାଉଥିଲେ। ସେ ତାଙ୍କ କ୍ୟାରିୟରରେ ଖୁବ୍ ପରିଶ୍ରମ କରିଛନ୍ତି।
