ଧର୍ମାନ୍ତରଣକାରୀ ହିନ୍ଦୁ ଧର୍ମକୁ ଶେଷ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର ରଚୁଛନ୍ତି, ସଂସଦରେ ଉଠାଇବୁ ପ୍ରସଙ୍ଗ-ବିଜେପି ସାଂସଦ ରବି କିଶନ

Published By : Prameya-News7 Bureau | June 29, 2021 IST

ଲକ୍ଷ୍ନୌ ୨୯/୦୬ : ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ପ୍ରସଙ୍ଗ ସରଗରମ ରହିଛି। ୟୁପି ପୋଲିସ ମଧ୍ୟ ଏହି ମାମଲାରେ ଅନେକ ଖୁଲାସା କରିଛି। ସେପଟେ ଗୋରଖପୁରର ବିଜେପି ସାଂସଦ ରବି କିଶନ ମାମଲାରେ ଚିନ୍ତା ପ୍ରକାଶ କରିଛନ୍ତି। ଯୋଜନାବଦ୍ଧ ଭାବେ ହିନ୍ଦୁ ଧର୍ମକୁ ହଟାଇବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ବିଜେପି ସାଂସଦ କହିଛନ୍ତି ଯେ ବର୍ତ୍ତମାନ ଅନେକ ରାଜ୍ୟରୁ ଧର୍ମ ପରିବର୍ତ୍ତନ ଖବର ଆସୁଛି। ଜାମ୍ମୁ କାଶ୍ମୀରରୁ ମଧ୍ୟ ଅନେକ ମାମଲା ସାମ୍ନାକୁ ଆସୁଛି।

ବଲିଉଡ ଅଭିନେତା ତଥା ସାଂସଦ ରବି କିଶନ କହିଛନ୍ତି ଯେ ଧର୍ମ ପରିବର୍ତ୍ତନ ପ୍ରସଙ୍ଗ ସଂସଦରେ ଉଠାଯିବ। ଏହା ବ୍ୟତୀତ ଏହା ବିରୋଧରେ କଡା ଆଇନ ପ୍ରଣୟନ କରାଯିବା ଉଚିତ ବୋଲି ସେ କହିଛନ୍ତି। ରବି କିଶନ କହିଛନ୍ତି ଯେ ଏହି ମାମଲାରେ ବିଦେଶରୁ ମଧ୍ୟ ସାହାଯ୍ୟ ମିଳୁଛି। ଧର୍ମାନ୍ତରୀକରଣକୁ ନେଇ ସେ କହିଛନ୍ତି ଯେ ସମଗ୍ର ଦେଶରେ ଗୋଟିଏ ସିଣ୍ଡିକେଟ୍ ଅଛି, ଯାହା ଗୋଟିଏ ଯୋଜନା ଅଧୀନରେ କାମ କରୁଛି।

ଧର୍ମାନ୍ତରୀକରଣ ମାମଲାରେ ୟୁପି ପୋଲିସ ଦ୍ୱାରା ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଉମର ଗୌତମକୁ ଲଗାତାର ପଚରାଉଚରା କରାଯାଉଛି। ସୂଚନାନୁସାରେ, ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମୁକ ବଧିର ଛାତ୍ରମାନଙ୍କୁ ଧର୍ମ ପରିବର୍ତ୍ତନ କରି ହିନ୍ଦୁରୁ ମୁସଲମାନ କରାଯାଉଥିଲା। କେବଳ ଏତିକି ନୁହେଁ ତାଙ୍କ ଦଳ ଗଠନ କରାଯାଇଥିଲା। ଏହା ବ୍ୟତୀତ ଧର୍ମ ପରିବର୍ତ୍ତନ ପାଇଁ ଟଙ୍କା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଦେଶରୁ ଆର୍ଥିକ ସହାୟତା ମଧ୍ୟ ଆସୁଥିଲା। ଏହାର ଅନେକ ଦସ୍ତାବିଜ ମଧ୍ୟ ମିଳିଛିୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.