Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

କାଜାକିସ୍ତାନ ପହିଲମାନ କାମୁଡି ଚାଲିଥିଲେ, ତଥାପି ଛାଡିନଥିଲେ ରବି ଦାହିଆ, ଏମିତି ଲଢିଥିଲେ…

5/08/2021 at 5:28 AM

ଟୋକିଓ ୦୫।୦୮: ଟୋକିଓ ଅଲିମ୍ପିକ୍ସରେ କୁସ୍ତି ଦୃଷ୍ଟିରେ ଦେଖିବାକୁ ଗଲେ ଭାରତ ପାଇଁ ବୁଧବାର ବହୁତ ଦମଦାର ରହିଛି। କୁସ୍ତିଯୋଦ୍ଧା ରବି କୁମାର ଦାହିଆ ପୁରୁଷ ୫୭ କିଗ୍ରା ବର୍ଗରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ହେଲେ ମୁକାବିଲାକୁ ନେଇ ସାମାଜିକ ଗଣମାଧ୍ୟମରେ ଏମିତି ଫଟୋ ଓ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ବିରୋଧୀ ଖେଳାଳି ମ୍ୟାଚ୍ ସମୟରେ କିଛି ସମୟ ପର୍ଯ୍ୟନ୍ତ ରବି ଦାହିଆଙ୍କ ହାତକୁ କାମୁଡିଛନ୍ତି ତଥାପି ଭାରତୀୟ ଖେଳାଳି  ଶେଷ ପର୍ଯ୍ୟନ୍ତ କଡା ଟକ୍କର ଦେଇଛନ୍ତି।

ଫାଇନାଲରେ ପହଞ୍ଚିବା ମାତ୍ରେ ରବି ଦାହିଆ ଟୋକିଓ ଅଲିମ୍ପିକରେ ଭାରତ ପାଇଁ ଚତୁର୍ଥ ପଦକ ସୁନିଶ୍ଚିତ କରିଛନ୍ତି। ଏବେ ତାଙ୍କର ନିଜର ଆଜିର ମୁକାବିଲାରେ ସ୍ଵର୍ଣ୍ଣ ଉପରେ ରହିଛି। କିନ୍ତୁ ଏହି ସେମି ଫାଇନାଲ ମ୍ୟାଚ୍‌ରେ ବିରୋଧୀ ପହିଲମାନଙ୍କଠୁ ଖେଳୁଆଡ ମନୋଭାବ ଦେଖିବାକୁ ମିଳିନାହିଁ। ୨୩ ବର୍ଷୀୟ ଦାହିଆ କଜାକିସ୍ତାନର ନୁରିସ୍ଲାମଙ୍କଠୁ ଯେବେ ୭-୯ ପଛରେ ଥିଲେ, ସେହି ସମୟରେ ସେ ଭିକ୍ଟ୍ରି ବାଇ ଫଲ୍ ଜରିଆରେ ନିଜର ବିଜୟ ସୁନିଶ୍ଚିତ କରିଥିଲେ। ହେଲେ ଏହି ସମୟରେ କାଜାକିସ୍ତାନ କୁସ୍ତଯୋଦ୍ଧା ରବି ଦାହିଆଙ୍କୁ ନିଜ ଉପରୁ ହଟାଇବା ପାଇଁ ଲଗାତାର ତାଙ୍କ ହାତକୁ କାମୁଡିବାରେ ଲାଗିଥିଲେ, ମାତ୍ର ଭାରତୀୟ ଖେଳାଳି ସହଜରେ ଛାଡିନଥିଲେ।

ପୂର୍ବତନ କ୍ରିକେଟ୍ ଖେଳାଳି ବୀରେନ୍ଦ୍ର ସେହ୍ଵାଗ ଏହି ଘଟଣାରେ ନିରାଶ ପ୍ରକାଶ କରି କହିଛନ୍ତି, ଏହା କେତେ ଅନୁଚିତ୍ ଘଟଣା। ତଥାପି ଆମର ରବି ଦାହିଆ ଦେଶ ପାଇଁ ନିଜର ଉତ୍ସାହକୁ କମ କରି ନାହାନ୍ତି। ହାତ କାମୁଡିଥିବା କାଜାଜିସ୍ତାନର ପରାଜିତ ନୁରିସ୍ଲାମ ସନାୟେଭଙ୍କୁ ଲଜ୍ଜା ଲାଗିବା ଉଚିତ୍। ହେଲେ ରବି ଦାହିଆ କୁସ୍ତିରେ ନିଜର ଛାତି ଚଉଡା କରି ଲଢିଲେ ଏବଂ ଦେଶକୁ ଗୌରବାନ୍ଵିତ କରିଛନ୍ତି।

ରବି ଦାହିଆଙ୍କ ବିଜୟ ସହିତ ଯେତେବେଳେ ପୂରା ଦେଶରେ ଉତ୍ସବ ଆରମ୍ଭ ହୋଇଗଲା, ସେତେବେଳେ ଏହି ମହତ୍ଵପୂର୍ଣ୍ଣ ଘଟଣା ଉପରେ କେହି ଧ୍ୟାନ ଦେଇନଥିଲେ। ପରେ ଜଣା ପଡିଲା ଯେ, ମ୍ୟାଚ୍‌ରେ ଅନ୍ତିମ ମୁହୂର୍ତ୍ତରେ କାଜାକିସ୍ତାନ ପହିଲମାନ ଦାହିଆଙ୍କ ବାହୁକୁ କାମୁଡିବାରେ ଲାଗିଥିଲେ। ଫଟୋରେ ଦାହିଆଙ୍କ ବାମ ହାତରେ କାମୁଡାର ଗଭୀର ଚିହ୍ନଟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। କାଜାକିସ୍ତାନ ଖେଳାଳିଙ୍କ ଏମିତି କାର୍ଯ୍ୟକୁ କ୍ରୀଡାପ୍ରେମୀ ନାପସନ୍ଦ କରିଛନ୍ତି।

   Related Posts