ରେଭେନ୍ସା ହଷ୍ଟେଲ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | September 27, 2018 IST

କଟକ ୨୭|୯: ରେଭେନ୍ସା ବିଶ୍ବବିଦ୍ୟାଳୟ ନ୍ୟୁ ହଷ୍ଟେଲ ଛାତରୁ ପଡି ଜଣେ ପିଏଚଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ନାଁ କୁଶଧର ବାଗ୍ । ସେ ବଲାଙ୍ଗିରର ବୋଲି ଜଣାପଡିଛି । ମୃତ କୁଶଧର ଜଣେ ଭିନ୍ନକ୍ଷମ । ସେ ରାଜନୀତି ବିଜ୍ଞାନରେ ପିଏଚଡି କରୁଥିଲେ । ସେ ହଷ୍ଟେଲର ନିୟମିତ ଅନ୍ତେବାସୀ ନଥିଲେ । ମଝିରେ ମଝିରେ ପିଏଚଡି କାମରେ ଆସି ହଷ୍ଟେଲରେ ଜୁନିୟର ଛାତ୍ରଙ୍କ ରୁମ୍ ରେ ରହୁଥିଲେ । ଗତକାଲି ସେ ଆସି ନ୍ୟୁ ହଷ୍ଟେଲରେ ରହିଥିଲେ । ତେବେ ବିଳମ୍ବିତ ରାତିରେ ହଷ୍ଟେଲ ଛାତ ଉପରକୁ ବୁଲିବାକୁ ଯାଇଥିଲେ । ଛାତ ଉପରେ ବୁଲୁଥିବାବେଳେ ତାଙ୍କ ଗୋଡ ଖସିଯାଇଥିବା ଆଶଙ୍କା କରାଯାଉଛି । ପୋଲିସ ଆଜି ସକାଳୁ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୃ କରି ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ରଙ୍କ ପରିବାର ପକ୍ଷରୁ କେହି ପହଞ୍ଚିନଥିବାବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.