ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ହେବ ଅନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ୍

Published By : Prameya-News7 Bureau | November 08, 2019 IST

କଟକ ।୧୧: କଟକରେ ହେବ ଅନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ୍ । ରହିବ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମୀ । ନରାଜ ନିକଟରେ ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସରେ ହେବ ଏହି ଅନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ୍ । ଏ ନେଇ ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରେଭେନ୍ସା କୁଳପତିଙ୍କ ଅନୁରୋଧ ରକ୍ଷା କରି କଟକରେ ଏଭଳି ଏକ ହକି ଷ୍ଟାଡିୟମ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

{"id":180942}

କଟକ କ୍ରୀଡାର ଏନ୍ତୁଡିଶାଳ ହୋଇଥିଲେ ମଧ୍ୟ ଏଠାରେ ଅନ୍ତର୍ଜାତୀୟ ସ୍ତରର ହକି ଖେଳ ପାଇଁ ଏବେ ଭିତ୍ତିଭୂମୀ ନାହିଁ । ବିଶେଷ କରି ହକି ଖେଳ ପାଇଁ ଆବଶ୍ୟକ ହେଉଥିବା ଆଷ୍ଟ୍ରୋ ଟର୍ଫର ଏକ ଷ୍ଟାଡିୟମ୍ କଟକରେ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା । ରେଭେନ୍ସା କୁଳପତି ଏ ବାବଦରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ଏହି ଅତ୍ୟାଧୁନିକ ହକି ଷ୍ଟାଡିୟମ୍ ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।

{"id":180943}

କଟକ ନରାଜ ନିକଟରେ ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସ୍ କାମ ଆରମ୍ଭ ହୋଇଛି । ଏହି କ୍ୟାମ୍ପସ୍ ରେ ହକି ଖେଳ ପାଇଁ ଉତ୍କୃଷ୍ଟ ଭିତ୍ତିଭୂମୀ ତିଆରି କରିବା ପାଇଁ ରେଭେନ୍ସା କୁଳପତି ଯୋଜନା ରଖିଛନ୍ତି । ଏଥିପାଇଁ କୁଳପତି କ୍ରୀଡା ମନ୍ତ୍ରୀଙ୍କ ସାହାଯ୍ୟ ଲୋଡିଥିଲେ । ଏ ନେଇ ଆଜି କ୍ରୀଡା ମନ୍ତ୍ରୀଙ୍କ ଘୋଷଣା କଟକକୁ ଅନ୍ତର୍ଜାତୀୟ ହକି ମାନଚିତ୍ରରେ ସ୍ଥାନ ଦେବ ବୋଲି ଆଶା ରଖିଛନ୍ତି କୁଳପତି ।

{"id":180944}

ପୂର୍ବରୁ ନାଲକୋ କପ୍ ହକି ଫାଇନାଲ୍ ମ୍ୟାଚ୍ ଅବସରରେ  ବାରବାଟୀ-କଟକ ବିଧାୟକ ଓ ହକି ଓଡିଶା ପକ୍ଷରୁ କଟକରେ ଆଷ୍ଟ୍ରୋ ଟର୍ଫର ଏକ ହକି ଷ୍ଟାଡିୟମ୍ ପ୍ରତିଷ୍ଠା ପାଇଁ ଦାବି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.