ଲଣ୍ଡନ ଟାୱାରରୁ ‘ରାଣୀ କାଉ’ ନିଖୋଜ, ଚିନ୍ତାରେ ବ୍ରିଟିଶ ରାଜପରିବାର

Published By : Prameya-News7 Bureau | January 14, 2021 IST

ଲଣ୍ଡନ: ଲଣ୍ଡନ ଟାୱାରରେ ରହୁଥିବା କୁଆଙ୍କ ସଂଖ୍ୟା ଅଚାନକ ହ୍ରାସ ହୋଇଛି। ଏଥିରେ ଏକ ରାଣୀ କାଉ ମର୍ଲିନା ଦୀର୍ଘ କେତେଦିନ ହେଲା ଟାୱାରକୁ ନ ଫେରିବା ଏଠାରେ କୁଆଙ୍କ ଉପରେ ନଜର ରଖୁଥିବା କର୍ମଚାରୀ କ୍ରିସ୍ ସ୍କ୍ରେଇଫ୍‌ ରାଜ ପରିବାରଙ୍କୁ ସୂଚିତ କରିଛି। ହୁଏତ ମର୍ଲିନାର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

{"id":392456,"width":577,"height":425,"sizeSlug":"large","linkDestination":"none"}

ଚଳିତବର୍ଷ ପ୍ରାରମ୍ଭରୁ ଲଣ୍ଡନ ଟାୱାର ନିକଟକୁ ଆଗନ୍ତୁକଙ୍କ ସଂଖ୍ୟା ହ୍ରାସ ହୋଇଥିଲା। ଏଣୁ କାଉମାନେ ପ୍ରାୟତଃ ଇତସ୍ତତଃ ଉଡୁଥିବାର ଦେଖାଯାଉଥିଲା। ଏଥିରେ ମର୍ଲିନା ଟାୱାର ଛାଡି ଚାଲିଯିବା ହୁଏତ ଏଠାରେ ଅବସ୍ଥାନ କରୁଥିବା କାଉମାନେ ସ୍ଥାନପ୍ରତି ବିରକ୍ତ ହୋଇଯାଇଥିଲେ ବୋଲି ଅନୁମାନ କରାଯାଉଛି।

{"id":392460,"sizeSlug":"large","linkDestination":"none"}

ଟାୱାରରେ ଅବସ୍ଥାନ କରୁଥିବା କୁଆଙ୍କ ଉପରେ ମର୍ଲିନାର ବେଶ୍ ପ୍ରାଧାନ୍ୟ ଥିଲା। ସବୁ କାଉ ତା ଦ୍ୱାରା ପରିଚାଳିତ ହେଉଥିଲେ। ଏହା ନୁହେଁ ଅତୀତରେ ମର୍ଲିନା ସେଠାରୁ ଯାଇ ନାହିଁ। ହେଲେ କିଛିଦିନ ଅନ୍ତରରେ ପୁଣି ଫେରିଆସୁଥିଲା। ହେଲେ ଏଥର ଲଗାତାର କେତେ ସପ୍ତାହ ହେଲା ଅନୁପସ୍ଥିତ ରହିବା ତାର ଜୀବିତ ଥିବା ନେଇ ସନ୍ଦେହ ସୃଷ୍ଟି କରିଛି।

wp:embed {"url":"https://twitter.com/TowerOfLondon/status/1349291551592230912?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1349291551592230912%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fd-17878840222939915982.ampproject.net%2F2012301722001%2Fframe.html","type":"rich","providerNameSlug":"twitter","responsive":true,"className":""}
https://twitter.com/TowerOfLondon/status/1349291551592230912?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1349291551592230912%7Ctwgr%5E%7Ctwcon%5Es1_&ref_url=https%3A%2F%2Fd-17878840222939915982.ampproject.net%2F2012301722001%2Fframe.html
/wp:embed

ସାଧାରଣତଃ କାଉମାନେ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି। ଏଥିରେ ଲୋକେ ପୋଷୁଥିବା କାଉ ୨୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରୁଛନ୍ତି। ତେବେ ଲଣ୍ଡନ ଟାୱାରରେ ରହୁଥିବା ଗୋଟିଏ ଗୋଟିଏ କାଉ ପ୍ରାୟ ୪୦ ବର୍ଷ ବଞ୍ଚିଥିବାର ନଜିର ରହିଛି। ଲଣ୍ଡନ ଟାୱାରର କୁଆଙ୍କ ସହ ରାଜପରିବାରର ସମ୍ପର୍କ ଥିବାର ଲୋକକଥା ରହିଛି। ଏଠାରୁ କାଉଛାଡିଗଲେ ରାଜପରିବାର ଓ ବ୍ରିଟେନ ଉପରେ ବିପଦ ପଡିବ ବୋଲି ପ୍ରବାଦ ପ୍ରଚଳିତ ଅଛି।

{"id":392453,"width":576,"height":346,"sizeSlug":"large","linkDestination":"none"}

ବିଜେତା ୱିଲିୟମ ୧୦୭୦ ଖ୍ରୀଷ୍ଟାବ୍ଦରେ ଲଣ୍ଡନ ଦୁର୍ଗର କେନ୍ଦ୍ରସ୍ଥଳରେ ଏକ ମିନାର ନିର୍ମାଣ କରାଇଥିଲେ। ଯାହାକୁ ଲଣ୍ଡନ ଟାୱାର ବୋଲି କୁହାଯାଏ। ଏଠାରେ କାଉମାନେ ରହୁଥିଲେ। ତେବେ ୬୦୦ ବର୍ଷ ପରେ ଚାର୍ଲସ୍‌ ଦ୍ୱିତୀୟଙ୍କ ବେଳକୁ ଏଠାରେ ଏହି ମିନାର ନଥିଲା। ତେବେ କୁହାଯାଏ ଏଠାରେ ଅବସ୍ଥାନ କରୁଥିବା କାଉମାନେ ଯେବେ ସ୍ଥାନଛାଡି ପଳାଇବେ ସେତେବେଳେ ବ୍ରିଟିଶ ରାଜମୁକୁଟ ଖସିପଡିବ  ତା ସାଙ୍ଗରେ ବ୍ରିଟେନ ରାଜତନ୍ତ୍ରର ମଧ୍ୟ ପତନ ହେବ ବୋଲି ପିଶାଚୀ ରାଜାଙ୍କୁ କହିଥିଲା। ଏଣୁ ଏଠାରେ କାଉଙ୍କ ପ୍ରତି ସାବଧାନତା ଅବଲମ୍ବନ କରାଯାଏ।

{"id":392461,"width":575,"height":383,"sizeSlug":"large","linkDestination":"none"}

ଦ୍ୱିତୀୟ ବିଶ୍ୱଯୁଦ୍ଧକାଳରେ ଏପରି ପରିସ୍ଥିତି ଉପୁଜିଥିଲା। ଯେତେବେଳେ ଲଣ୍ଡନ ଟାୱାରରେ କେବଳ ଗୋଟିଏ ମାତ୍ର କାଉ ‘ଗ୍ରିପ୍‌’ ଜୀବିତ ଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଲଣ୍ଡନ ଟାୱାରରେ ବେଶି ନହେଲେ ନାହିଁ ଅନୁନ୍ୟ ୬ଟି କାଉଙ୍କୁ ଯେମିତି ହେଲେ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧକାଳରେ କାଉମାନେ ଶତ୍ରୁ ବିମାନ ଓ ବୋମା ଠାବ କରିଦେଉଥିଲେ। ଏଣୁ ବ୍ରିଟେନ ଶତ୍ରୁଙ୍କ ଆକ୍ରମଣରୁ ବର୍ତ୍ତି ଯାଉଥିଲା। ତେବେ ଶତ୍ରୁପକ୍ଷ କାଉଙ୍କୁ ମାରିଦେବା ଯୋଗୁ ବ୍ରିଟେନ ପ୍ରତି ବିପଦ ଘନେଇବା ସହ ଲଣ୍ଡନ ଟାୱାରରେ ମାତ୍ର ଗୋଟିଏ କୂଆ ରହିଯାଇଥିଲା। ଏଣୁ ଚର୍ଚ୍ଚିଲ ସେଠାରେ ଯେମିତି ହେଲେ ୬ଟି କୂଆଙ୍କୁ ରଖିବାକୁ କହିଥିଲେ।

{"id":392462,"width":578,"height":434,"sizeSlug":"large","linkDestination":"none"}

ଏବେ ଲଣ୍ଡନ ଟାୱାରରେ ମର୍ଲିନା ଯିବା ପରେ ୭ଟି କୂଆ ଅଛନ୍ତି।  ଏଣୁ ବ୍ରିଟେନ ଅଥବା ରାଜତନ୍ତ୍ର ପ୍ରତି ବିପଦର ଆଶଙ୍କା କରାଯାଉନି ବୋଲି ରାଭେନ ମାଷ୍ଟର ସ୍କ୍ରେଇଫ କହିଛନ୍ତି। ଲଣ୍ଡନ ଟାୱାରରେ ୨୦୦୭ ମସିହାରୁ ମର୍ଲିନା ରହି ଆସୁଥିଲା। ଧିରେ ଧିରେ ସେଠାରେ ରହୁଥିବା ଅନ୍ୟ କୂଆଙ୍କ ସହ ତାର ସମ୍ପର୍କ ବେଶ୍ ଘନିଷ୍ଠ ହେବା ସହ ସେ ମଧ୍ୟ ଟାୱାରର ବାସିନ୍ଦା ହେବା ସହ କାଉଙ୍କ ଉପରେ ରାଜ କରିଥିଲା। ହେଲେ ମର୍ଲିନା ଅନ୍ତର୍ଦ୍ଧାନ ହେବା ଚିନ୍ତାର କାରଣ ହେବା ସ୍ୱଭାବିକ। ତେବେ କୂଆ ଅଣ୍ଡା ଫୁଟାଇଲେ ପୁଣି ଏଠାରେ କାଉଙ୍କ ସଂଖ୍ୟା ବୃଧି ପାଇବ ବୋଲି ରାଭିନ ମାଷ୍ଟର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.