ନ୍ୟୁୟର୍କ ରାସ୍ତାରେ ନାଚୁଥିବାର ପୁରୁଣା ଭିଡିଓ ସେୟାର କରି କରୋନା ବିରୁଦ୍ଧରେ ଲଢ଼ିବାକୁ ଆହ୍ବାନ କଲେ ରବୀନା ଟଣ୍ଡନ

Published By : Prameya-News7 Bureau | April 08, 2020 IST

ମୁମ୍ବାଇ ୮/୪: ସୋସିଆଲ ମିଡିଆରେ ଅଧିକାଂଶ ବଲିଉଡ ଷ୍ଟାର ନିଜ ପ୍ରତ୍ୟେକ ଆକ୍ଟିଭିଟି ସେୟାର କରନ୍ତି। ରବିନା ଟଣ୍ଡନ ମଧ୍ୟ ଏବେ ସୋସିଆଲ ମିଡିଆରେ ଆକ୍ଟିଭ ଅଛନ୍ତି। ସେ ନିଜ ପରିବାର ସହ ଅଧିକାଂଶ ସମୟରେ ଭିଡିଓ ଏବଂ ଫଟୋ ସେୟାର କରନ୍ତି। ନିକଟରେ ସେ ୨୦୧୭ମସିହାର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି।

wp:core-embed/instagram {"url":"https://www.instagram.com/p/B-sAMhtn_Th/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-sAMhtn_Th/?utm_source=ig_embed
/wp:core-embed/instagram

ରବିନା ଟଣ୍ଡନ ସେୟାର କରିଥିବା ଭିଡିଓରେ ସେ ଏକ ଓ୍ବାନ୍ ପିସ୍ ଡ୍ରେସ୍ ପିନ୍ଧି ନ୍ୟୁୟର୍କର ଗଳିରେ ଡ୍ୟାନ୍ସ କରୁଛନ୍ତି। ତାଙ୍କ ସହିତ ତାଙ୍କ ଝିଅ ରାଶା ଏବଂ ସ୍ବାମୀ ଅନିଲ ଥଡ଼ାନି ମଧ୍ୟ ଅଛନ୍ତି। ସେ ଏଥିରେ କ୍ୟାପସନ ମଧ୍ୟ ଲେଖିଛନ୍ତି। ଏଥିରେ ସେ କୋଭିଡ-୧୯ ସହ ଲଢ଼ିବାର ପ୍ରାର୍ଥନା କରିଛନ୍ତି।

{"id":250985,"sizeSlug":"large"}

ସେ କ୍ୟାପସନରେ ଲେଖିଛନ୍ତି-ଏହା ୨୦୧୭ମସିହାର ଫଟୋ ଯେତେବେଳେ ନ୍ୟୁୟର୍କର ଗଳିରେ ଖୁସି ଏବଂ ମସ୍ତି ଥିଲା। ସେ ପ୍ରାର୍ଥନା କରିଛନ୍ତି ଯେ ପୃଥିବୀରେ ସମସ୍ତେ ସୁସ୍ଥ ହୁଅନ୍ତୁ। ଏହା ସହ ଯେଉଁମାନଙ୍କ କରୋନାରେ ଜୀବନ ଯାଇଛି ସେମାନଙ୍କ ପାଇଁ ମଧ୍ୟ ସେ ପ୍ରାର୍ଥନା କରିଛନ୍ତି।

{"id":250986,"sizeSlug":"large"}

ଏହି ଭିଡିଓରେ ରବିନାଙ୍କ ଝିଅ ରାଶା ରବିନାଙ୍କୁ ଗଳିରେ ଡ୍ୟାନ୍ସ କରୁଥିବା ଦେଖି ଲଜ୍ଜିତ ହେଉଥିବା ଦେଖାଯାଉଛି। ରବିନାଙ୍କ ସ୍ବାମୀ ଅନିଲ ରାଶାଙ୍କୁ ଚିଡ଼ାଉଛନ୍ତି। ରବିନା 'KGF: Chapter 2' ରେ ନଜର ଆସିବେ। ଏଥିରେ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରୁଛନ୍ତି।

{"id":250987,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.