ବିହାର ସରକାରଙ୍କର ଏହି ନିଷ୍ପତ୍ତି ନେଇ କ୍ଷୋଭ ପ୍ରକାଶ କଲେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ

Published By : Prameya-News7 Bureau | September 09, 2019 IST

ମୁମ୍ବାଇ୯|୯: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ ମିଡିଆରେ ବହୁତ ଅଧିକ ଆକ୍ଟିଭ ରୁହନ୍ତି। ସେ କେବଳ ନିଜ ଫଟୋ ଓ ଭିଡିଓ ସେୟାର କରନ୍ତି ନାହିଁ ବରଂ ସାମାଜିକ ମୁଦ୍ଦା ନେଇ ମଧ୍ୟ ନିଜର ରାୟ ଦିଅନ୍ତି। ଏମିତିରେ ବିହାରର ସରକାରଙ୍କର ଗୋଟେ ନିଷ୍ପତ୍ତି ନେଇ ରବୀନା ଟୁଇଟ୍‌ କରି କ୍ଷୋଭ ପ୍ରକାଶ କରିଛନ୍ତି।

{"id":155163}

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ବିହାରର କୃଷକ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ନୀଳଗାଇ ତାଙ୍କ ଚାଷ ନଷ୍ଟ କରୁଥିବା ନେଇ ସରକାରଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିଆସୁଛନ୍ତି।

{"id":155165}

କୃଷକଙ୍କ ଅଭିଯୋଗ ପରେ ବିହାର ସରକାର ପାଖାପାଖି ୩୦୦ ନୀଳଗାଇଙ୍କୁ ମାରିବା ପାଇଁ ଆଦେଶ ଦେଇଛନ୍ତି।  ତେବେ ଗୁଳି ଦ୍ବାରା ନୀଳଗାଇ ମରୁନଥିବାରୁ ତାଙ୍କୁ ଜୀଅନ୍ତା ପୋତିବାର ନିଷ୍ପତ୍ତି ନିଆଯାଇଛି।

{"id":155169}

ଏହି ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି। ତେବେ ଏହି ଭିଡିଓ ନେଇ ରବୀନା ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ନିଷ୍ପତ୍ତିକୁ ବିରୋଧ କରି ରବୀନା ଟୁଇଟ୍‌ କରିଛନ୍ତି।

{"id":155167}

ରବୀନା ଟୁଇଟ କରିଛନ୍ତି ଯେ, ଏହି ଅମାନବିକତା ନିଷ୍ପତ୍ତି ପଛରେ ଯିଏ ବି ଅଛି ସେ ନିହାତି ଭାବେ ଏହାର ଦୁଇଗୁଣା ଅଧିକ ଦଣ୍ଡ ପାଇବ। ଏହି ଟୁଇଟକୁ ସୋସିଆଲ ମିଡିଆ ୟୁଜର୍ସ ସମର୍ଥନ କରିବା ସହ ଭାଇରାଲ ମଧ୍ୟ କରୁଛନ୍ତି।

{"id":155166}

ଏବେ ରବୀନା ରିୟାଲିଟି ସୋ ନଚବଲିଏ ସିଜିନ୍‌ ୯ରେ ଜଜ୍‌ ଅଛନ୍ତି। ରବୀନାଙ୍କ ଝିଅ ଛାୟା ଖୁବ ଶୀଘ୍ର ମାଁ ହେବାକୁ ଯାଉଛନ୍ତି। ରବୀନା ନିଜ ଝିଅ ଛାୟା ପାଇଁ ବେବି ଶାୱର ପାର୍ଟି ମଧ୍ୟ ରଖିଥିଲେ। ଆଇ ହେବା ନେଇ ରବୀନା ବହୁତ ଉତ୍ସାହିତ ଅଛନ୍ତି।ଛାୟା ହେଉଛନ୍ତି ରବୀନଙ୍କ ଦତ୍ତପୁତ୍ରୀ  ।   

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.