ଡଗ୍ସ ମାମଲାକୁ ନେଇ ମୁହଁ ଖୋଲିଲେ ରବିନା, କହିଲେ ସଫେଇ ସମୟ ଆସିଗଲା
22/09/2020 at 4:40 PM

ନୂଆଦିଲ୍ଲୀ ୨୨/୦୯: ଏନସିବି ତଦନ୍ତରେ ଡ୍ରଗ୍ସକୁ ନେଇ ବଡ଼ ବଡ଼ ଖୁଲାସା ହେଉଛି। ଏହା ସହ ବଡ଼ ବଡ଼ ଷ୍ଟାରମାନଙ୍କର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସୁଛି। ଦୀପିକାଙ୍କଠାରୁ ଆରମ୍ଭ କରି ସାରା ଅଲୀଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ନାଁ ଏଥିରେ ସାମିଲ ଅଛି। ଏହି ମାମଲାରେ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନ। ସେ ତାଙ୍କ କ୍ରୋଧ ବ୍ୟକ୍ତ କରି କହିଛନ୍ତି ଦୋଷୀକୁ ଦଣ୍ଡ ମିଳିବା ଦରକାର।
ଏହାକୁ ନେଇ ସେ ଟ୍ବିଟ୍ କରିଛନ୍ତି। ସେଥିରେ ଲେଖିଛନ୍ତି, ‘ଏବେ ସଫେଇ ସମୟ ଆସିଗଲା। ସ୍ବାଗତ କରୁଛି। ଆଗାମୀ ଜେନେରେସନକୁ ଏଥିରୁ ସାହାଯ୍ୟ ମିଳିବ। ଏଇଠୁ ଆରମ୍ଭ ହେଲା। ଏହା ପରେ ଅନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ନ୍ତୁ। ମୂଳରୁ ଓପାଡି ଏହାକୁ ଫିଙ୍ଗାଯାଉ। ଦୋଷୀ, ୟୁଜର୍ସ, ଡିଲର୍ସ, ସପ୍ଲାୟର୍ସଙ୍କୁ ଦଣ୍ଡ ମିଳୁ। ଫାଇଦା ଉଠାଉଥିବା ବଡ଼ ଲୋକ ଟାର୍ଗେଟରେ ଅଛନ୍ତି। ଯେଉଁମାନେ ଅନ୍ୟକୁ ଦେଖନ୍ତି ନାହିଁ, ମାତ୍ର ସେମାନଙ୍କ ଜୀବନ ନଷ୍ଟ କରି ଦିଅନ୍ତି।’ ତେବେ ରବୀନାଙ୍କ ଏହି ପୋଷ୍ଟ ନା କାହା ସପକ୍ଷରେ ଅଛି ନା କାହା ବିରୋଧରେ। ସେ ନ୍ୟୁଟ୍ରାଲ ରହି ମାମଲା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି।
ସୂଚନାଯୋଗ୍ୟ ଡ୍ରଗ୍ସ ମାମଲାକୁ ନେଇ ବଲିଉଡ ଏବେ ଚର୍ଚାରେ ଅଛି। ଫିଲ୍ମ ଇଣ୍ଡଣ୍ଟ୍ରିର କେତେକଙ୍କ ନାଁ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି। ଜୟା ବଚ୍ଚନ, ତାପସୀ ପନ୍ନୁ, ଅନୁରାଗ କଶ୍ୟପ, ଅନୁଭବ ସିହ୍ନା, ମନୋଜ ବାଜପେୟୀଙ୍କ ସମେତ ବହୁ କଳାକାର ଡ୍ରଗ୍ସ ପ୍ରସଙ୍ଗକୁ ବିରୋଧ କରୁଛନ୍ତି। ସମସ୍ତେ ଡ୍ରଗ୍ସ ନେଉ ନ ଥିବା ଯୁକ୍ତି ବାଢ଼ିଛନ୍ତି। ଅନ୍ୟ ପଟେ ବଲିଉଡର ଅଧାରୁ ଅଧିକ ଲୋକ ଡ୍ରଗ୍ସ ନେଉଥିବା ଅଭିଯୋଗ ହେଉଛି।
ଲକଡାଉନ ସମୟରେ ରବୀନା ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିଥିଲେ। ଏବେ ପୁଣି ଥରେ କାମକୁ ଫେରିଛନ୍ତି ରବୀନା। କାରଣ ସୁଟିଂ ଫଟୋ ସାମାଜିକ ଗଣମାଧ୍ୟମରେ ସେ ସେୟାର କରୁଛନ୍ତି।