ଅନେକ ବର୍ଷ ପରେ ରବିନା ଟଣ୍ଡନ ପ୍ରକାଶ କରିଲେ ଅକ୍ଷୟ କୁମାରଙ୍କ ସହ ବ୍ରେକ୍‌ଅପର କାରଣ

Published By : Prameya-News7 Bureau | March 21, 2019 IST

ମୁମ୍ୱାଇ୨୧|୩: ଆଜିକାଲି ବଲିଉଡ ଜଗତରେ ପ୍ରେମରେ ବ୍ରେକ୍‌ଅପ ଓ ପ୍ୟାଚଅପ୍‌  ହେବା ନିତିଦିନିଆ ଘଟଣା। ଏଥି ମଧ୍ୟରୁ କିଛି ବଲିଉଡ କଳାକାର ନିଜ ରିଲେସନଶିପକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ହିନ୍ଦି ସିନେମା ଜଗତରେ ଏ ଯାଏଁ ଅନେକ ରିଲେସନସିପ ବିବାହରେ ପରିଣତ ହୋଇଛି । ବିବାହ ପରେ ମଧ୍ୟ କିଛି ଦମ୍ପତ୍ତିଙ୍କ ମଧ୍ୟରେ ଚାଡପତ୍ର ହୋଇସାରିଛି।

{"id":95531,"width":578,"height":434}

ତେବେ ଜାଣନ୍ତୁ ଏମିତି ଏକ ଖାସ ଯୋଡି ବିଷୟରେ ଯିଏ ୯୦ ଦଶକରେ ଖୁବ୍‌ ଚର୍ଚ୍ଚାରେ ଥିଲେ। ଏହି ଯୋଡି ଲୁଚିଛପି ନିର୍ବନ୍ଧ କରିଥିଲେ ସତ କିନ୍ତୁ କିଛି କାରଣ ପାଇଁ ଉଭୟ ଅଲଗା ହୋଇଯାଇଥିଲେ। ଅନେକ ବର୍ଷ ପରେ ଦୁହେଁଙ୍କ ଅଲଗା ହେବାର ରାଜ ପଦାକୁ ଆସିଛି। ଜାଣନ୍ତୁ ରବିନା ଟଂଡନ ଓ ଅକ୍ଷୟ କୁମାରଙ୍କ ପ୍ରେମ କାହାଣୀ।

{"id":95532}

ଉଭୟ ପରସ୍ପରଙ୍କୁ ଅନେକ ଦିନ ୟାଏଁ ଡେଟ କରୁଥିଲେ। ଏହା ପରେ ଦୁହେଁଙ୍କ ନିର୍ବନ୍ଧ ହୋଇଥିଲା। କିନ୍ତୁ ହଠାତ୍‌ ଉଭୟଙ୍କର ବ୍ରେକ୍‌ଅପ୍ ହୋଇଥିଲା। ଏବେ ରବିନା ଟଂଡନ ଦୁହିଁଙ୍କର ଅଲଗା ହେବାର କାରଣ କହି ଛନ୍ତି।  

{"id":95537,"width":589,"height":442}

ଏବେ କିଛି ଦିନ ପୂର୍ବରୁ ରବିନା ଏକ ସାକ୍ଷାତକାରରେ ଏହି ରାଜର ଖୁଲାସା କରିଥିଲେ। ମୋହରା ଚଳଚ୍ଚିତ୍ରରେ ଦୁହିଁଙ୍କ କ୍ୟାମେଷ୍ଟ୍ରି ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏହି ସିନେମା ପରେ ଉଭୟ ପରସ୍ପରଙ୍କୁ ଡେଟ୍‌ କରୁଥିଲେ। ୩ ବର୍ଷ ଡେଟ କରିଲା ପରେ ବିବାହ କରିବା ପାଇଁ ପ୍ରସ୍ତୁତ ଥିଲେ। କିନ୍ତୁ ନିର୍ବନ୍ଧ ହେଲା ପରେ ଦୁହେଁ ଅଲଗା ହୋଇଥିଲେ।

{"id":95534}

 ରବିନା କହିଥିଲେ ଯେ, ଅକ୍ଷୟ ତାଙ୍କ ସହ ରିଲେସନସିପରେ ଥିବା ବେଳେ ଲଗାତାର ତାଙ୍କୁ ଧୋକା ଦେଉଥିଲେ । ଏହା ସହ ଅକ୍ଷୟ ଏହା ମଧ୍ୟ ଚାହୁଁଥିଲେ ଯେ, ରବିନା ତାଙ୍କୁ ବିବାହ କରନ୍ତୁ।  ଗୋଟେ ସଂପର୍କରେ ପରସ୍ପରଙ୍କ ମଧ୍ୟରେ ବୁଝାମଣା ଥିବା ଦରକାର। ରବିନାଙ୍କୁ ଡେଟ କରିବା ସମୟରେ ଅକ୍ଷୟ ଟୁଇଙ୍କିଲ ଖନ୍ନା ଓ ଶିଲ୍ପା ସେଟ୍ଟୀଙ୍କ ସହ ଆଫାଏରରେ ମଧ୍ୟ ଥିଲେଲା ବୋଲି ରବିନା କହିଛନ୍ତି। ଏହି କାରଣ ପାଇଁ ସେ ଅକ୍ଷୟଙ୍କଠାରୁ ଅଲଗା ହୋଇଥିଲେ।   

{"id":95536,"width":564,"height":412}

ସେ କହିଥିଲେ ଯେ, ଅକ୍ଷୟ ତାଙ୍କ କ୍ୟାରିଅର ବିପକ୍ଷରେ ଥିଲେ। ଅକ୍ଷୟ ଚାହୁଁଥିଲେ ଯେ ତାଙ୍କ ସହ ବିବାହ କରିଲା ପରେ ରବିନା ବଲିଉଡରେ କାମ କରିବେ ନାହିଁ। କିନ୍ତୁ ରବିନା ତାଙ୍କ କ୍ୟାରିଅରରେ ଆଗକୁ ବଢିବା ପାଇଁ ଚାହୁଁଥିଲେ। ଏହି କାରଣ ପାଇଁ ଉଭୟଙ୍କ ମଧ୍ୟରେ ଅନେକ ବିବାଦ ସୃଷ୍ଟି ହୋଇଥିଲା। ରବିନା ଜାଣିଥିଲେ ଯେ, ଅକ୍ଷୟ ତାଙ୍କୁ ଧୋକା ହେଉଥିଲେ। ସେତେବେଳେ ତାଙ୍କଠାରୁ ଅଲଗା ହୋଇଥିବାରୁ ରବିନା ଏବେ ବେଶ ଖୁସିରେ ଅଛନ୍ତି ବୋଲି କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.