ଦିଲ୍ଲୀରେ ପହଞ୍ଚିଲା ରବିନା ପଠାଇଥିବା ଅକ୍ସିଜେନ୍ ସିଲିଣ୍ଡର : ଫ୍ୟାନ କହିଲେ ରିଅଲ ଲାଇଫ ହିରୋଇନ୍

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୮/୫ : କରୋନା କାଳରେ ଅସହାୟଙ୍କୁ ପାଇଁ ଦେବଦୂତ ପାଲଟିଯାଇଛନ୍ତି ଅଭିନେତା, ଅଭିନେତ୍ରୀ । ବି-ଟାଉନର ନାମୀଦାମୀ କଳାକାର ଏବେ ଲୋକଙ୍କୁ ସହାୟତା ଦେଉଛନ୍ତି । ଏହି କାମରେ ଯୋଡି ହୋଇଛି ଆଉ ଜଣେ ଅଭିନେତ୍ରୀଙ୍କ ନାଁ । ବଲିଉଡର ମସ୍ତ ମସ୍ତ ଗାର୍ଲ ରବିନା ଏବେ ଦିଲ୍ଲୀବାସୀଙ୍କ ପାଇଁ ରିଅଲ ହିରୋଇନ୍ ପାଲଟିଯାଇଛନ୍ତି । ସାରଦେଶେର ଅକ୍ସିଜେନ୍ ସଂକଟ ନେଇ ହାହାକାର ପଡିଥିବା ବେଳେ ରବିନା ଟଣ୍ଡନ ଏହି ଦୁଃଖ ଦେଖିନପାରି ସହଯୋଗ କରିବାତକୁ ନିଷ୍ପତ୍ତି ନେଇଥିଲେ ।

wp:html
/wp:html

ଦିଲ୍ଲୀକୁ ପଠାଇଛନ୍ତି ଅକ୍ସିଜେନ୍ ସିଲିଣ୍ଡର । ରବିନା ନିଜ ଇନଷ୍ଟାରେ ଟ୍ୱିଟ୍ କରି ଏକଥା କହିଛନ୍ତି ଯେ, ଦିଲ୍ଲୀ ଅଭିମୁଖେ ଗୋଟିଏ ଟିମ୍ ଯାଉଛି । ଗଭୀର ସମୁଦ୍ରରୁ ମୁଁ ଦେଇଥିବା ଗୋଟିଏ ବୁନ୍ଦା ବି ଆପଣଙ୍କ କାମରେ ଆସିବି । ସେପଟେ ରବିନାଙ୍କ ଏହି ସାହାଯ୍ୟ ପରେ ଫ୍ୟାନ୍ସ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ସେମାନେ କହିଜଣେ ଫ୍ୟାନ୍ସ କହିଛନ୍ତି ହିରୋଇନ ପର୍ଦାଦରେ ଲୋକେ ଦେଖିଥାନ୍ତି । କିନ୍ତୁ ଆପଣ ତ ରିଅଲ ଲାଇଫ ହିରୋଇନ ବନିଗଲେ ଆମପାଇଁ । ଆଉ ଜଣେ କହିଛନ୍ତି ଆପଣ ବହୁତ ମହାନ ଲୋକଙ୍କ ସମସ୍ୟା ସମୟରେ ସାହାଯ୍ୟ କରିଥିବାରୁ । ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.