Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ରବୀନା ଟଣ୍ଡନଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ମୁମ୍ବାଇ ପୋଲିସକୁ ଗାଳି କରୁଥିଲା ଦୁର୍ବୃତ୍ତ, ଏତଲା ଦେଲେ ଅଭିନେତ୍ରୀ

31/10/2020 at 5:38 PM

ମୁମ୍ବାଇ ୩୧/୧୦: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମୁମ୍ବାଇ ପୋଲିସ୍‌ କମିଶନର ପରମବୀର ସିଂହଙ୍କୁ ଲୋକେ ସମାଲୋଚନା କରିଥିଲେ। ପରବବୀର ସିଂ ଜାଣିଶୁଣି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏପରିକି ଲୋକେ ଫେକ୍‌ ଟ୍ବିଟ୍‌ର ଆକାଉଣ୍ଟ ମାଧ୍ୟମରେ ମୁମ୍ବାଇ ପୋଲିସ ଓ ପରମବୀରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ତେବେ କେହି ଦୁର୍ବୁତ୍ତ ବଲିଉଡ ଅଭିନେତ୍ରୀ ତଥା ଅକ୍ଷକ୍ଷ କୁମାରଙ୍କ ପତ୍ନୀ ରବୀନା ଟଣ୍ଡନଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ମୁମ୍ବାଇ ପୋଲିସକୁ ଗାଳି କରିଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ରବୀନା ଥାନାରେ ସେହି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ତାଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି କେହି ଜଣେ ମୁମ୍ବାଇ ପୋଲିସ ଓ ପରମବୀରଙ୍କୁ ଅଶ୍ଳୀଳ ଭାଷାରେ ସମାଲୋଚନା କରୁଥିବା ରବୀନା ଏତଲାରେ ଦର୍ଶାଇଛନ୍ତି।

ଜଣେ ମୁମ୍ବାଇ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ରବୀନା ଟଣ୍ଡନଙ୍କ ନାଁର ବ୍ୟବହାର କରି କେହି ଜଣେ ପରମବୀର ସିଂଙ୍କୁ ଗାଳି କରିବା ସହ ତାଙ୍କ ମର୍ଫେଡ୍‌ ଫଟୋ ପୋଷ୍ଟ କରୁଛି। ଏପରିକି ମୁମ୍ବାଇ ପୋଲିସ୍‌ ସମେତ ମରାଠୀ ଭାଷାକୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ସେ କହିଛନ୍ତି।

ରବୀନା ଟଣ୍ଡନଙ୍କ ଏତଲା ପରେ ମୁମ୍ବାଇ ପୋଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି। ଭାରତୀୟ ପେନାଲ୍‌ କୋର୍ଡ ଅଧିନରେ ଧର୍ମୀୟ ଭାବନାକୁ ଆଘାତ କରିବା, ପ୍ରଯୁକ୍ତିବିଦ୍ୟାର ଭୁଲ ବ୍ୟବହାର ଏପରିକି ଲୋକଙ୍କୁ ହଇରାଣରେ ପକାଇବା ଆଦି ଦଫା ଲଗାଇଛି ପୋଲିସ। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଟ୍ବିଟ୍‌ର ପକ୍ଷରୁ ଏହି ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି।

   Related Posts