ରାବଣ କହିଥିଲେ ଏହି ୬ଟି କଥା, ଯାହା ମାନିଲେ ଜୀବନରେ କେବେ ହେବନି ଅସୁବିଧା : ଜାଣନ୍ତୁ କ'ଣ

Published By : Prameya-News7 Bureau | June 27, 2019 IST

ଭୁବନେଶ୍ୱର ୨୭/୬ : ଯେତେବେଳେ ରାମାୟଣ କଥା ପଡେ ଶ୍ରୀରାମ ଏବଂ ରାବଣଙ୍କ ଯୁଦ୍ଧ କଥା ନିଶ୍ଚୟ ଆସେ । ରାବଣ ରାକ୍ଷସ ହୋଇଥିଲେ ମଧ୍ୟ ବହୁତ ଜ୍ଞାନୀ ଥିଲେ । କିନ୍ତୁ ସେ ସତ୍ ମାର୍ଗରେ ନଯାଇ ଛଳନା କରି ବିଜୟୀ ହେବ ପାଇଁ ଚାହୁଁଥିଲେ । ରାବଣ ମଧ୍ୟରେ ଯେତେ ଖରାପ ଗୁଣ ଥିଲେ ମଧ୍ୟ କିଛି ଭଲ ଗୁଣ ମଧ୍ୟ ରହିଥିଲା । ରାବଣଠାରୁ ଅନେକ ଜ୍ଞାନ ଆହରଣ କରାଯାଇପାରେ ।  ଆସନ୍ତୁ ଜାଣିବା ରାବଣ ମରିବା ପୂର୍ବରୁ ଦେଇଥିବା ୭ଟି ପରାମର୍ଶ ସମ୍ପର୍କରେ ଯାହା ପ୍ରତ୍ୟେକଙ୍କ ପାଇଁ ଉପାଦେୟ ।

{"id":127933}

ଶୁଭସ୍ୟ ଶୀଘ୍ରମ୍ - ରାବଣ ନିଜ ଜୀବନର ଶେଷ ମୁହୂର୍ତ୍ତରେ ଲକ୍ଷ୍ମଣଙ୍କୁ କହିଥିବା କଥା ହେଲା ଶୁଭ କାମ କରିବା ସମୟରେ କଦାପି ବିଳମ୍ବ କରିବା ଉଚିତ ନୁହେଁ । ଅପରପକ୍ଷରେ ଅଶୁଭ କାମ ସମ୍ପର୍କରେ ଅଧିକ ଚିନ୍ତା କରିବା ଅନୁଚିତ । ଅଶୁଭ କାମ କରିବାରେ ଯେତେ ବିଳମ୍ବ କଲେ ସେତେ ଭଲ । କାରଣ ଏହା ମଣିଷ ପାଇଁ ଠିକ ନୁହେଁ । 

ଶତ୍ରୁକୁ କେବେ ଦୁର୍ବଳ ଭାବିବା କଥା ନୁହେଁ - ରାବଣ କହିବାନୁଯାୟୀ ନିଜ ଶତ୍ରୁକୁ କେବେ ମଧ୍ୟ ଦୁର୍ବଳ ଭାବିବା ଉଚିତ ନୁହେଁ । ଶତ୍ରୁ କେତେବେଳେ ସମୟର ଫାଇଦା ଉଠାଇ ନେବ ତାହା ମଣିଷ ନିଜେ ମଧ୍ୟ ଜାଣିପାରିନଥାଏ ।

{"id":127934}

କେହି ମଧ୍ୟ ତୁଚ୍ଛ ନୁହନ୍ତି - ରାବଣ କହିଥିଲେ ଯେ, ସେ ବ୍ରହ୍ମାଙ୍କୁ ବର ମାଗିଥିଲେ ଯେ ତାଙ୍କ ବଧ ବାନର ଏବଂ ମଣିଷ ଦ୍ୱାରା ନହେଉ । କାରଣ ସେ ତାଙ୍କୁ ଦୁର୍ବଳ ଏବଂ ଛୋଟ ବୋଲି ଭାବୁଥିଲେ । କିନ୍ତୁ ଏହା ତାଙ୍କର ଭୁଲ ଧାରଣା ଥିଲା ।

ଦିବ୍ୟଶକ୍ତି ଶ୍ରେଷ୍ଠ ଶକ୍ତି - ରାବଣ ଭାବୁଥିଲେ ଯେ, ଶକ୍ତି ହିଁ ସର୍ବଶ୍ରେଷ୍ଠ । ଶକ୍ତି ଥିଲେ ଦୁନିଆର ସବୁକିଛି ପ୍ରାପ୍ତ କରିହେବ । ନିଜ ଶକ୍ତି ଉପରେ ରାବଣ ବହୁତ ଗର୍ବ କରୁଥିଲେ । ରାବଣଙ୍କ ଏହି ଗର୍ବକୁ ଭଗବାନ ଶିବ ଭାଙ୍ଗି ଦେଇଥିଲେ । ଶକ୍ତି ଦୁଇ ପ୍ରକାରର, ଦିବ୍ୟ ଶକ୍ତି ଏବଂ ମାୟାବୀ ଶକ୍ତି । ରାବଣ ମାୟାବୀ ଶକ୍ତିର ସ୍ୱାମୀ ଥିଲେ ।

{"id":127936,"width":577,"height":577}

ଝୁଙ୍କ ସ୍ୱଭାବ - ରାବଣ ବହୁତ ଜ୍ଞାନୀ ଥିଲା । ସେଥିପାଇଁ ତ୍ରିପୁର ରାଜ କରିବା ପାଇଁ ଚିନ୍ତା କରୁଥିଲା । ସେ ସ୍ୱର୍ଗକୁ ସିଡ଼ି ଲଗାଇବା ପାଇଁ ଚିନ୍ତା କରିଥିଲେ । ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ରାବଣ ମଧ୍ୟରେ ଏକ ନିଶା ଥିଲା ।

ଜ୍ଞାନ ପିପାସୁ - ରାବଣ ମହାପଣ୍ଡିତ ଥିଲେ, ଜ୍ଞାନର ପୂଜକ ଥିଲେ । ସେ ବହୁ ଶାସ୍ତ୍ରର ରଚୟତା ମଧ୍ୟ ଥିଲେ । ତାଙ୍କ କୃତ ଶିବ ତାଣ୍ଡବ ଆଜି ମଧ୍ୟ ବେଶ ଆଦୃତ ।  ସେ ମରିବା ପୂର୍ବରୁ କହିତିଲେ ମଣିଷ ଜ୍ଞନ ପିପାସୁ ହେବା ଉଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.