ପୋଷ୍ଟରରେ ସିଏମ ଯୋଗୀଙ୍କୁ ଦର୍ଶାଗଲା ରାବଣ, ପ୍ରିୟଙ୍କା ଗାନ୍ଧୀଙ୍କୁ ରାମ, ତେଜିଲା ୟୁପି ରାଜନୀତି

Published By : Prameya-News7 Bureau | October 17, 2021 IST

ଲକ୍ଷ୍ନୌ ୧୭।୧୦: ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭାଇରାଲ୍ ପୋଷ୍ଟରକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଏହି ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ରାବଣ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ରାମ ଦର୍ଶାଯାଇଛି। ପୋଷ୍ଟର ଭାଇରାଲ୍ ହେବା ମାତ୍ରେ ଉତ୍ତର ପ୍ରଦେଶରେ ରାଜନୀତି ଜୋର ଧରିଛି। ହିନ୍ଦୁ ଯୁବ ବାହିନୀ କଂଗ୍ରେସ ଉପରେ ହମଲା କରିଛି।  ବାହିନୀର ଜିଲ୍ଲା ସଂଯୋଜକ ଅଜୟ ସିଂହ କଂଗ୍ରେସ ପୂର୍ବତନ ବିଧାୟକ ପ୍ରାର୍ଥୀ ରାଜମଙ୍ଗଲ ଯାଦବଙ୍କ ବିରୋଧରେ ଘେସି ଥାନାରେ ଏତଲା ଦେଇଛନ୍ତି। ସଂଯୋଜକଙ୍କ ଅଭିଯୋଗ ଆଧାରରେ ରବିବାର ଘୋସି କୋତବାଲି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ହିନ୍ଦୁ ଯୁବ ବାହିନୀର ଜିଲ୍ଲା ସଂଯୋଜକ ଅଜୟ ସିଂହ କହିଛନ୍ତି, ବିଜୟା ଦଶମୀ ପର୍ବ ଉପଲକ୍ଷେ କଂଗ୍ରେସ ନେତା ରାଜମଙ୍ଗଲ ଯାଦବଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ପୋଷ୍ଟର  ଭାଇରାଲ୍ ହୋଇଛି। ଏଥିରେ ଯୋଗୀଙ୍କୁ ରାବଣ ଏବଂ ପ୍ରିୟଙ୍କାଙ୍କୁ ରାମ ଦର୍ଶାଯାଇଛି। ଏହି ପୋଷ୍ଟରକୁ ନେଇ ୟୁପିରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି।  ହିନ୍ଦୁ ଯୁବ ବାହିନୀ କଂଗ୍ରେସକୁ ଟାର୍ଗେଟ୍ କରିବା ସହିତ କଂଗ୍ରେସ ପୂର୍ବତନ ବିଧାୟକ ପ୍ରାର୍ଥୀ ରାଜମଙ୍ଗଲ ଯାଦବଙ୍କ ବିରୋଧରେ ଥାନାରେ ଏତଲା ଦେଇଛି।

କୋତବାଲି ପୋଲିସ ଆଇପିସିର ଧାରା ୫୦୫ ଧାର୍ମିକ  ଭାବନା ଉସୁକାଇବା ଏବଂ ୬୭ ଆଇଟି  ଆକ୍ଟ ଆଧାରରେ ମୋକଦ୍ଦମା ରୁଜୁ କରିଛନ୍ତି। ଏତଲା ଦାୟର ହେବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.