ରାବଣକୁ ମଧ୍ୟ ହୋଇଗଲା କରୋନା,ନେବାକୁ ପଡ଼ିଲା ହସ୍ପିଟାଲ : ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍

Published By : Prameya-News7 Bureau | October 28, 2020 IST

ଚଣ୍ଡିଗଡ଼ ୨୮/୧୦: ଦେଶବ୍ୟାପି ରବିବାର ଦଶହରା ପାଳନ କରାଗଲା। କିନ୍ତୁ କରୋନା ଭାଇରସକୁ ଆଖି ଆଗରେ ରଖି ସବୁ ବର୍ଷ ଯେପରି ଖୁବ୍ ଧୁମଧାମରେ ପାଳନ କରାଯାଏ ସେହିପରି ମାହୋଲ୍ ଦେଖାଯାଇନଥିଲା। ଏହି ସମୟରେ ଆମ୍ବୁଲାନ୍ସର ଉପରେ ବନ୍ଧା ହୋଇଥିବା ଏକ ରାବଣର ପୁତ୍ତଳିକାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

wp:core-embed/twitter {"url":"https://twitter.com/AwanishSharan/status/1319887567395827712","type":"rich","providerNameSlug":"twitter","className":""}
https://twitter.com/AwanishSharan/status/1319887567395827712
/wp:core-embed/twitter

ଭିଡିଓକୁ ନେଇ କୁହାଯାଉଛି ଯେ ରାବଣକୁ ମଧ୍ୟ କରୋନା ହୋଇ ଯାଇଛି ସେଥିପାଇଁ ତାକୁ ହସ୍ପିଟାଲକୁ ନିଆଯାଉଛି। ଆମ୍ବୁଲାନ୍ସ ଉପରେ ବନ୍ଧା ହୋଇଥିବା ରାବଣର ଭିଡିଓ ପଛରୁ ଆସୁଥିବା ଗାଡ଼ିରୁ କେହି ବ୍ୟକ୍ତି କରିଥିବା ଜଣା ପଡ଼ିଛି। ଆମ୍ବୁଲାନ୍ସ ଉପରେ ଡା. ସେଠୀ ଅମର ହସ୍ପିଟାଲ,ଖରଖୌଦା,ସୋନିପତ ଜିଲ୍ଲା ଲେଖାଯାଇଛି। ଏଥିରୁ ଜଣା ପଡ଼ୁଛି ଯେ ଏହି ଭିଡିଓଟି ହରିୟାଣାର।

ଭିଡିଓକୁ ଆଇଏସ୍ ଅଫିସର ଅବନୀଷ ଶରଣ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ସହ ସେ କ୍ୟାପସନରେ ଲେଖିଛନ୍ତି ଯେ ରାବଣକୁ ମଧ୍ୟ କରୋନା ହୋଇଯାଇଛି। ଭିଡିଓଟି ଅକ୍ଟୋବର ୨୪ତାରିଖ ଦିନ ରାତିର। ଅନେକ ଲୋକ ଅକ୍ଟୋବର ୨୫ତାରିଖ ସକାଳେ ସେୟାର କରିଛନ୍ତି। ଭିଡିଓଟି ହ୍ବାଟସଆପରେ ମଧ୍ୟ ଭାଇରାଲ୍ ହେଉଛି।

ଅନେକ ଲୋକ କମେଣ୍ଟ୍ କରିଛନ୍ତି ଯେ ରାବଣକୁ କରୋନା ହୋଇଯାଇଛି,ଏବେ ଦଶହରା ୧୪ଦିନ ପରେ ପାଳନ କରାଯିବ ଯେତେବେଳେ ସେ ଠିକ୍ ହୋଇ ହସ୍ପିଟାଲରୁ ଫେରିବେ। କେତେକ ଲୋକ କମେଣ୍ଟ କରିଛନ୍ତି ରାବଣଙ୍କ ପରିବାର ଲୋକଙ୍କ କରୋନା ଟେଷ୍ଟ ହୋଇଛି କି ନାହିଁ। ଲୋକେ ଭିଡିଓରେ ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.