ରାବଣ ପୋଡି ପାଇଁ ୫ଟି ସ୍ଥାନକୁ ମିଳିଲା ଅନୁମତି, ରାତି ୧୨ଟା ଯାଏଁ ବାଜିବ ସାଉଣ୍ଡ ସିଷ୍ଟମ୍ ଏବଂ ଚାଲିବ ମେଲୋଡି କାର୍ଯ୍ୟକ୍ରମ

Published By : Prameya-News7 Bureau | October 05, 2019 IST

ଭୁବନେଶ୍ବର ୫।୧୦: ଧରାବତରଣ କରିଛନ୍ତି ମା’ ଦୁର୍ଗତୀନାଶିନୀ । ମା’ଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଜଗତଜନନୀ ମା’ଙ୍କ ଆବାହାନ ପରେ ଆଜି ପୀଠରେ ଅଷ୍ଟମୀ ଏବଂ ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି ।

ବିଭିନ୍ନ ପୀଠ ଏବଂ ମଣ୍ଡପରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଆଜିଠୁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ଆରମ୍ଭ ହେଲାଣି । ସୁଉଚ୍ଚ ତୋରଣ ସାଙ୍ଗକୁ ଚିକ୍ ମିକ୍ ଲାଇଟ୍ ରେ ଝଲସୁଛି ପୂଜା ମଣ୍ଡପ । ରାସ୍ତାଘାଟ ବି ଆଲୋକମାଳାରେ ଚମକୁଛି । ରାଜଧାନୀରେ ଏଥର ୧୭୧ଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି ।

ଚଳିତ ଦୁର୍ଗା ପୂଜା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଚଳିତ ବର୍ଷ ରାତି ୧୨ଟା ଯାଏଁ ବାଜି ପାରିବ ସାଉଣ୍ଡ ସିଷ୍ଟମ୍‌ । ରାତି ୧୨ଟା ଯାଏଁ ମେଲୋଡି କାର୍ଯ୍ୟକ୍ରମ କରିପାରିବେ ପୂଜା କମିଟି । ରାବଣ ପୋଡ଼ି ପାଇଁ ୫ଟି ସ୍ଥାନକୁ ମିଳିଛି ଅନୁମତି ।

କଟକରେ ସମୁଦାୟ ୨୩୬ଟି ମେଢ ହୋଇଛି । କଟକ ପାଇଁ ନିୟୋଜିତ ହୋଇଛନ୍ତି ୮୩ ପ୍ଲାଟୁନ ଫୋର୍ସ । ସେହିଭଳି ଭୁବନେଶ୍ବରରେ ସମୁଦାୟ ୧୭୪ଟି ମେଢ ହୋଇଛି । ଭୁବନେଶ୍ବରରେ ନିୟୋଜିତ ହୋଇଛନ୍ତି ୩୫ ପ୍ଲାଟୁନ ଫୋର୍ସ । ୨ ହଜାର ଏସ୍‌ପିଓଙ୍କ ପୂଜା ପାଇଁ ନିଯୁକ୍ତି ଦିଆଯାଇଛି । ଭସାଣି ସମୟରେ ଡିଜେରେ ଇକୋ ସିଷ୍ଟମ୍‌ ନିଷେଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.