ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ବିଜୟ ସ୍ୱରୂପ ରାବଣ ପୋଡି ଅନୁଷ୍ଠିତ

Published By : Prameya-News7 Bureau | October 08, 2019 IST

ନୂଆଦଲ୍ଲୀ/ଭୁବନେଶ୍ୱର- ଆଜି ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ବିଜୟର ଦିବସ ।  ଅସତ୍ୟ ଉପରେ ସତ୍ୟର ବିଜୟର ଦିବସ ।  ବିଜୟାଦଶମୀରେ ପାପ, ଅହଂକାର, ଅସତ୍ୟର ପ୍ରତିକ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ ।  ଦିଲ୍ଲୀରୁ ପଲ୍ଲୀ, ସବୁଠି ଚାଲିଛି ରାବଣ ପୋଡି ।

ଦିଲ୍ଲୀର ଦ୍ବାରକା ସେକ୍ଟର ୧୦ରେ ରାବଣ ଦହନ । ଏଠି ରାବଣ ସହ ମେଘନାଦ ଏବଂ କୁମ୍ଭକର୍ଣ୍ଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବାରକା ଶ୍ରୀରାମଳୀଳା ସୋସାଇଟି ଏହାର ଆୟୋଜ କରିଥିଲା । ଏହାର ମୁଖ୍ୟ ଫାଟକକୁ ରାମ ମନ୍ଦିର ଢାଞ୍ଚାରେ ଡିଜାଇନ କରାଯାଇଥିଲା । ରାବଣ ଦହନ ପୂର୍ବରୁ ଏଠି ରାମଲୀଳା ପ୍ରଦର୍ଶୀତ ହୋଇଥିଲା ।

{"id":167701}

ଦିଲ୍ଲୀର ଲାଲ୍ କିଳ୍ଲା ମୈଦାନରେ ବି ରାବଣ ପୋଡି ସଂପନ୍ନ ହୋଇଛି । ଏଠି ଉପରାଷ୍ଟ୍ରପତି ଭେଙ୍କିୟା ନାୟିଡୁ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଅତିଥି ଭାବେ ଯୋଗ ଦେଇଥିଲେ । ଏଠି ବି ରାବଣ ସହ ମେଘନାଦ ଏବଂ କୁମ୍ଭକର୍ଣ୍ଣଙ୍କ ବିରାଟ ପ୍ରତିମାରେ ଅଗ୍ନିସଂଯୋଗ କରାଯାଇଛି ।

{"id":167702,"width":543,"height":350}

 ଦେଶର ସବୁଠୁ ଉଚ୍ଚ ରାବଣକୁ ଚଣ୍ଡିଗଡ଼ରେ ଦହନ କରାଯିବ । ଏଠି ରାବଣର ଉଚ୍ଚତା ୨୨୧ ଫୁଟ । ଧନାସ ଅଞ୍ଚଳରେ ପୋଡ଼ା ହେବାକୁ ଥିବା ଏହି ରାବଣ ପୁତ୍ତଳିକାକୁ ତିଆରି କରିବା ପାଇଁ ୪୦ଜଣ କାରିଗରଙ୍କୁ ମାସାଧିକ ସମୟ ଲାଗିଛି । ରାବଣ ପୁତ୍ତଳିକା ଏତେ ବିଶାଳ ହୋଇଛି ଯେ ନିଶର ଲମ୍ବ ୨୪ଫୁଟ, ଜୋତାର ଉଚ୍ଚତା ୪୦ ଫୁଟ ରହିଛି।

ମଧ୍ୟ ପ୍ରଦେଶ ଇନ୍ଦୋରର । ଏଠି ରାବଣକୁ ପିନ୍ଧା ଯାଇଛି ରେନି କୋର୍ଟ । କାରଣ ବର୍ଷାରୁ ରାବଣକୁ ରକ୍ଷା କରିବାକୁ ଏପରି କରାଯାଇଛି ।

{"id":167703}

କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ରାବଣ ପୋଡି  ହୋଇଛି । ଏଥର ରାଜଧାନୀର ୪ଟି ସ୍ଥାନରେ ରାବଣ ପୋଡି ହୋଇଛି । ବରମୁଣ୍ଡା, ଝାରପଡା, ନହରକଣ୍ଟା, ନୟାପଲ୍ଲୀରେ ରାବଣ ପୋଡି ଆତସବାର ାୟୋଜନ କରାଯାଇଥିଲା । ସବୁଠି  ତିଆରି ହୋଇଥିଲା ବିଶାଳକାୟ ରାବଣ । ଏଥିପାଇଁ ଆମ୍ବୁଲାନସ, ଫାୟର ବ୍ରିଗେଡ୍ ଏବଂ ପୋଲିସ କର୍ମୀ ସଜାଗ ରହିଛନ୍ତି । କଟକ ବାଲିଯାତ୍ରା ପଡିଆରେ ରାବଣପୋଡି ହୋଇଛି ।

{"id":167704}

ଗତକାଲି ଜୟପୁର ଏବଂ ବାଲେଶ୍ବରରେ ରାବଣପୋଡି ଶେଷ ହୋଇଛି । ଜୟପୁରରେ ୫୦ ଫୁଟର ରାବଣର ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରାଯାଇଥିଲା । ସେହିପରି ବାଲେଶ୍ବର ଆଇଟିଆଇ ପଡିଆରେ ରାବଣ ପୋଡି ଉତ୍ସବ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.