ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଉତ୍ପାତ ; ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଦେଖାଦେଇଛି ବିପଦ

Published By : Prameya-News7 Bureau | October 27, 2018 IST

ପୁରୀ ୨୭|୧୦: ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ । ମୂଷାଙ୍କ ପାଦ୍ରୁଭାବ ଯୋଗୁଁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବିପଦ ଦେଖାଦେଇଛି । ପହଡ ପଡିବା ପରେ ରତ୍ମ ସିଂହାସନକୁ ଆସି ଡିଆଁ ମାରୁଛନ୍ତି ମୂଷା । ଏପରିକି ଶ୍ରୀଜିଉଙ୍କ ଅଙ୍ଗଲାଗି କାଟି ନଷ୍ଟ କରିପକାଉଛନ୍ତି ମୂଷା । ଏହାସହ ଫୁଲମାଳ, ବସ୍ତ୍ର କାଟି ଟିକଟିକ କରିଦେଉଛନ୍ତି । ପ୍ରାୟ ବର୍ଷେ ହେବ ମୂଷାମାନେ ଏପରି ଛାରଖାର କରୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ହାତ ଟେକିଦେଇଛି । ବାରମ୍ବାର ଯନ୍ତା ବସୁଥିଲେ ମଧ୍ୟ ମୂଷାଙ୍କୁ ଆୟତ କରିବା ସମ୍ଭବ ହେଉନାହିଁ । ପୂର୍ବରୁ ଗର୍ଭଗୃହ ନଳାରେ ଜାଲି ଲଗାଯାଇଥିଲା ତଥାପି ମୂଷାଙ୍କୁ କାବୁ କରିବା କଷ୍ଟକର ହୋଇପଡୁଛି । ଏବେ ବ୍ରହ୍ମପୁରରୁ ଏକାଧିକ ସ୍ବତନ୍ତ୍ର ଯନ୍ତା ତିଆରି ହୋଇ ଗର୍ଭ ଗୃହରେ ବସାଯାଇଛି । ଗତକାଲି ଯନ୍ତାରେ ତିନୋଟି ବଡ ବଡ ମୂଷା ପଡିଥିବା ଜଣାପଡିଛି । ଆଗକୁ ଆହୁରି ମୂଷା ଯନ୍ତାରେ ପଡିବେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.