Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଅଭାବ ଅନଟନକୁ ପଛରେ ପକାଇ ସଫଳତାର ଶୀର୍ଷକୁ ଛୁଇଁଲେ ରତ୍ନାକର: ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ

22/10/2020 at 10:15 PM

ଭୁବନେଶ୍ବର୨୨/୧୦: ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଲେ ବାପ-ମାଆଙ୍କ ସମେତ ପରିବାର ସଦସ୍ୟ  ଏବଂ ବନ୍ଧୁ ପରିଜନ ଖୁସି ଅନୁଭବ କରିଥାଆନ୍ତି। ହେଲେ ଯେତେବେଳେ ଜଣେ ଗରିବ ପିଲା ଅଭାବ ଓ ଅନଟନରେ ଦିନ କାଟି ଛାତିକୁ ପଥର କରି ସଫଳତାର ଶୀର୍ଷକୁ ଛୁଏଁ, ସେତେବେଳେ ଖାଲି ପରିବାର ନୁହେଁ ଆଖପାଖ, ସାହି ପଡିଶା ଚାରିଆଡ଼େ ସେହି ପିଲାକୁ ଭୁରି ଭୁରି ପ୍ରଶଂସା କରିଥାଆନ୍ତି।

ସେହିପରି ଜଣେ ଛାତ୍ର ହେଉଛନ୍ତି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ଗ୍ରାମର ଚନ୍ଦ୍ରମଣୀ ଦାସଙ୍କ ପୁଅ ରତ୍ନାକର ଦାସ। ଅଭାବ ଅନଟନକୁ ପଛରେ ପକାଇ ସେ ମେଡିକାଲ ଏଣ୍ଟ୍ରାନ୍‌ସରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାପା ଜଣେ କାଠ ମିସ୍ତ୍ରୀ, ଦିନରାତି ପରିଶ୍ରମ କରି ଯାହା ଆଣନ୍ତି, ସେଥିରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଥାଆନ୍ତି।

ଏହି ସବୁ ଭିତରେ ପୁଅକୁ ଡାକ୍ତର କରିବା ଇଚ୍ଛାଶକ୍ତିକୁ କେବେ ହାରିବାକୁ ଦେଇ ନଥିଲେ ଚନ୍ଦ୍ରମଣୀ। ମୁଣ୍ଡଝାଳକୁ ତୁଣ୍ଡରେ ମାରି ନିଜ ପିଲାକୁ ଆବଶ୍ୟକୀୟ ପାଠ୍ୟ ସାମଗ୍ରୀ ଯୋଗାଇ ଦେଇ ଆସୁଥିଲେ। ଆଜି ପୁଅ ରତ୍ନାକର ମେଡିକାଲ ଏଣ୍ଟ୍ରାନ୍‌ସରେ ୫୪୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ ନେଇ ସାହି ପଡିଶା ଓ ସ୍ଥାନୀୟ ଅଞ୍ଚଳରୁ ରତ୍ନାକରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଦଶରଥପୁର ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ରତ୍ନାକର ଉଦାହରଣ ସାଜିଛନ୍ତି।

   Related Posts