ଜୀବନ ସହ ସଂଘର୍ଷ କରୁଛନ୍ତି ପାଲା ଗାୟକ: ଚିକିତ୍ସାରେ ଖର୍ଚ୍ଚ ସରିଲାଣି ୧୦ ଲକ୍ଷ ଟଙ୍କା, ଏବେ ସରକାରୀ ସହାୟତା ଲୋଡିଛନ୍ତି ପରିବାର ଲୋକେ

Published By : Prameya-News7 Bureau | November 16, 2020 IST

ଖୋର୍ଦ୍ଧା୧୬/୧୧: ଜୀବନ ସହ ସଂଘର୍ଷ କରୁଛନ୍ତି ପାଲା ଗାୟକ ରତ୍ନ ପ୍ରଭାତ ସାହୁ। ବର୍ତ୍ତମାନ ସେ କର୍କଟ ରୋଗରେ ଆକ୍ରାନ୍ତ।  ଜୀବନର ମୋଡ କେତେବେଳେ ବଦଳି ଯାଏ ତାହା କହି ହେବନି। ପାଲା ମାଧ୍ୟମରେ ସଂସ୍କୃତିକୁ ରକ୍ଷା କରୁଥିବା ଗାୟକ ଏବେ ନିଜ ଜୀବନକୁ ରକ୍ଷା କରିବାକୁ ସଂଗ୍ରାମ କରୁଛନ୍ତି।

{"id":362650,"sizeSlug":"large"}

ଓଡିଶାର ପ୍ରତିଷ୍ଠିତ ପାଲା ଗାୟକ ପ୍ରଭାତ ସାହୁ। ଖୋର୍ଦ୍ଧା ସଦର ବ୍ଲକ୍ ବଘେଇଟାଙ୍ଗି ଗ୍ରାମର ବାସିନ୍ଦା। ଦୀର୍ଘ ୩୫ ବର୍ଷ ହେବ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ପାଲା ପରିବେଶଣ କରି ବେଶ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ଲକ୍ଷ୍ୟ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ଜନ ମାନସରେ ପାଲା ମାଧ୍ୟମରେ ପ୍ରଚାର ପ୍ରସାର କରିବା।

{"id":362651,"sizeSlug":"large"}

ଏ ନେଇ ଗାୟକ ରତ୍ନ , ଚାନ୍ଦ ବିଭୂଷଣ , ଗାୟକ ସିରୋମଣୀ ଆଦି ଉପାଧିରେ ସମ୍ମାନୀତ ହୋଇଛନ୍ତି। ମାତ୍ର ଗତ ଏପ୍ରିଲ୍ ମାସରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି।। ଧାର୍ କରଜ କରି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଉତ୍ତମ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ତେଣୁ ଗାୟକ ପ୍ରଭାତ ଏବଂ ତାଙ୍କର ସମ୍ପର୍କୀୟ ସହାୟତା ପାଇଁ ନିବେଦନ କରିଛନ୍ତି।

{"id":362653,"width":553,"height":533,"sizeSlug":"large"}

ଓଡିଶାର ଜଣେ ଆଗ ଧାଡିର ପାଲା ଗାୟକ ରୂପେ ପ୍ରଭାତ ସାହୁ ବେଶ୍ ଜଣାଶୁଣା। ତାଙ୍କର ଏ ଅବସ୍ଥା ଦେଖି ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସରକାରୀ ଓ ବେସରକାରୀ ସ୍ତରରେ ଆର୍ଥିକ ସହାୟତା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ଏ ନେଇ ଆମେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀଙ୍କୁ ପଚାରିବାରୁ ସେ ଗାୟକ ପ୍ରଭାତ ସାହୁଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଭାତ ସାହୁଙ୍କୁ ଆର୍ଥିକ ସହାୟତା ପାଇଁ ଏହି ଆକାଉଣ୍ଟ୍ ନମ୍ବର ବ୍ୟବହାର କରି ପାରିବେ। ତଳେ ଆକାଉଣ୍ଟ ସଂପର୍କରେ ବସ୍ତୃତ ଭାବେ ସୂଚନା ଦିଆଯାଇଛି।
ପ୍ରଭାତ କୁମାର ସାହୁ
ଷ୍ଟେଟ ବ୍ୟାଙ୍କ- ଖୋର୍ଦ୍ଧା
ଆକାଉଣ୍ଟ୍ ନଂ - 31804595040
ଆଇ.ଏଫ୍.ଏସ୍‌. ସି. ନଂ - SBIN0000116 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.