Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଶବକୁ ପୁଣି ଥରେ ଅସମ୍ମାନ: ଗ୍ରାମବାସୀ ଏବଂ ପରିବାରଲୋକଙ୍କ ବିବାଦ ଯୋଗୁଁ ରାତିସାରା ପଡିରହିଲା ମୃତଦେହ

18/09/2020 at 12:38 PM

ନୟାଗଡ଼ ୧୯।୦୯: ପୁଣି ଥରେ ମୃତଦେହକୁ ଅସମ୍ମାନ । ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ମଧ୍ୟରେ ବିବାଦ କାରଣରୁ ରାତି ସାରା ଗାଁ ଦାଣ୍ଡରେ ପଡିରହିଲା ମୃତଦେହ । ସକାଳେ ପୋଲିସ୍ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ସକାଳେ ମୃତଦେହ ଶତ୍କାର ପାଇଁ ପରିବାର ଲୋକେ  ନେଇଛନ୍ତି । ନୟାଗଡ ଜିଲ୍ଲା ଶରଣକୂଳ ଥାନା ପାଣିଭଣ୍ଡାର ଗାଁରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ, ଗାଁର ବିପିନ ଡାକୁଆ ନିଜ ପିଲାଛୁଆଙ୍କୁ ଭରଣପୋଷଣ ନଦେଇ ଗୁଞ୍ଜବାରଣ ଗାଁରେ ବାପା ପ୍ରଫୁଲ୍ଲ ଡାକୁଆଙ୍କ ସହ ଗତ ଦୁଇବର୍ଷ ହେଲା ରହୁଥିଲେ । ପାଣିଭଣ୍ଡାର ଗ୍ରାମବାସୀମାନେ ସ୍ତ୍ରୀ ପିଲାମାନଙ୍କୁ ଭରଣପୋଷଣ ଦେବାକୁ ବିପିନକୁ ବାରମ୍ବାର କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ଗତକାଲି ସନ୍ଧ୍ୟାରେ ପ୍ରଫୁଲ୍ଲଙ୍କ ବାର୍ଦ୍ଧକ୍ୟ କାରଣରୁ ମୃତ୍ୟୁ ହେବା ପରେ ବିପିନ ମୃତଦେହକୁ ଗୁଞ୍ଜବାରଣରେ ଶତ୍କାର ନକରି ପାଣିଭଣ୍ଡାର ଗାଆଁକୁ ଆଣିଥିଲେ ।

କିନ୍ତୁ ପାଣିଭଣ୍ଡାର ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ଏହାପରେ ବିପିନ ବାପାଙ୍କ ମୃତଦେହକୁ ଛାଡିଦେଇ ପଳାଇଯାଇଥିଲେ । ଯାହାଫଳରେ ଗାଁ ରାସ୍ତାରେ ରାତିସାରା ମୃତଦେହ ପଡିରହିଥିଲା । ସକାଳେ ପୋଲିସ୍ ଗାଁରେ ପହଞ୍ଚି ଉଭୟ ଗ୍ରାମବାସୀ ଏବଂ ବିପିନଙ୍କୁ ଡାକି ଆଲୋଚନା କରିଥିଲେ । ଶେଷରେ  ନିଷ୍ପତ୍ତି ଅନୂଯାୟୀ  ବିପିନ ମୃତଦେହକୁ ଶତ୍କାର ପାଈଁ ଗୁଞ୍ଜବାରଣ ଗାଁକୁ ନେଇଥିବା ଜଣାପଡିଛି ।

   Related Posts