ଜାତୀୟ ଖାଦ୍ୟ ସୁରକ୍ଷା ଆଇନ -ଓଡିଶାରେ ରାସନ୍‌ କାର୍ଡ ସହ ଆଧାର ସଂଯୋଗ କଲେ ୩,୦୭,୩୦,୧୯୭ ହିତାଧିକାରୀ

Published By : Prameya-News7 Bureau | September 16, 2019 IST

ଭୁବନେଶ୍ୱର-ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡଧାରୀମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମରେ ୯୦,୧୩,୩୬୯ ପରିବାର ମଧ୍ୟରୁ ୮୮,୨୮,୪୧୯ ପରିବାର ଆଧାର ସଂଯୋଗ କରିଛନ୍ତି । ସେହିପରି୩ କୋଟି ୨୫ ଲକ୍ଷ ୯୮ ହଜାର ବ୍ୟକ୍ତିଗତ ହିତାଧିକାରୀଙ୍କ ମଧ୍ୟରୁ ୩ କୋଟି ୭ ଲକ୍ଷ ୩୦ ହଜାର ୧୯୭ ହିତାଧିକାରୀ ଆଧାର ସଂଯୋଗ କରିଛନ୍ତି । କେହି ଜଣେ ଯୋଗ୍ୟ ହିତାଧିକାରୀ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଯେହେତୁ ରାଜ୍ୟରେ ସମସ୍ତ ରାସନ୍‌ କାର୍ଡ ପରିଚାଳନା କେନ୍ଦ୍ର ଖୋଲା ରହୁଛି, ତେଣୁ ଯେଉଁମାନେ ଅନିବାର୍ଯ୍ୟ କାରଣ ବଶତଃ ଆଧାର ସଂଯୋଗ କରିପାରିନାହାନ୍ତି ସେମାନେ ଆଧାର କାର୍ଡ ଆଣି ରେସନ୍‌ କାର୍ଡ ସହ ସଂଯୋଗ କରିପାରିବେ । ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକଙ୍କ ପ୍ରମାଣପତ୍ର ଆଧାରରେ କୁଷ୍ଠରୋଗଗ୍ରସ୍ତ, ଭୀଷଣ ଭାବେ ପୀଡ଼ିତ କିମ୍ବା ଯଥାର୍ଥ କାରଣ ବଶତଃ ଆଧାର କାର୍ଡ କରି ହେଉନଥିବ ବ୍ୟକ୍ତିଙ୍କୁ ଏହି ଖାଦ୍ୟ ସୁରକ୍ଷା ଆଇନରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ସେହିପରି ୨୦୧୯-୨୦ ଖରିଫ୍‌ ବିପଣନ ଋତୁରେ ଧାନ ସଂଗ୍ରହ ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ, ଲ୍ୟାମ୍ପସ୍‌ ଜରିଆରେ ଚାଷୀମାନଙ୍କ ନାମ ପଞ୍ଜୀକରଣ କାର୍ଯ୍ୟ ସେପେଫମ୍ବର ୧୭ ତାରିଖରେ ଶେଷ ହେଉଥିବାବେଳେ ସେପେଫମ୍ବର ୧୬ ତାରିଖ ମଧ୍ୟାହ୍ନ ସୁଦ୍ଧା ୧୧ ଲକ୍ଷ ୧୬ ହଜାର ୧୯୭ ଜଣ ଚାଷୀ ନାମପଞ୍ଜୀକରଣ ସହ ଆଧାର ସଂଯୋଗ କରିଛନ୍ତି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.