ଭକ୍ତ ଟାଣିବେନି ରଥ : ଏବର୍ଷ ମଧ୍ୟ ୩ରଥ ବିନା ଭକ୍ତରେ ଯିବେ ଗୁଣ୍ଡିଚା, କରୋନା ଭୟରେ ହେଲା ନିଷ୍ପତ୍ତି

Published By : Prameya-News7 Bureau | June 10, 2021 IST

ଭୁବନେଶ୍ୱର ୧୦।୦୬: ହାତରେ ମାତ୍ର ଆଉ ଏକମାସ ରହିଲା । ଏହାପୂର୍ବରୁ ପୁରୀ ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ସେହିପରି ଏସ୍ଆର୍‌ସିଙ୍କ ପ୍ରେସ୍‌ମିଟ୍‌ ଅନୁଯାୟୀ, ପୁରା ଛଡ଼ା ଓଡିଶା ଅନ୍ୟ କୌଣସି ସ୍ଥାନରେ ରଥ ଟଣା ହେବ ନାହିଁ । ଅନ୍ୟ ସ୍ଥାନରେ କେବଳ ମନ୍ଦିର ପରିସରରେ ହେବ ନୀତିକାନ୍ତି । ପୁରୀରେ କୋଭିଡ଼ ଗାଇଡ଼ଲାଇନ୍‌ ଅନୁସାରେ ରଥ ଯାତ୍ରା ହେବ । କେବଳ ସେବାୟତ ଓ ସୁରକ୍ଷାକର୍ମାମାନେ ରଥ ଟାଣିବେ । ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଯଦି ରିପୋର୍ଟ ପଜିଟିଭ୍‌ ଆସିଲେ, ତେବେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବନାହିଁ । କେବଳ ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ଅନୁମତି ଦିଆଯିବ । ନଚେତ ଦୁଇ ଡୋଜ୍‌ ଟିକା ନେଇଥିବେ। ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ, ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ଟ୍ରେନ୍‌ ସମେତ ଅନ୍ୟ ଯାନକୁ ପ୍ରବେଶ ମନା ।

ରଥଯାତ୍ରାର ସିଧା ପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କେବଳ ଡିଡି ଚ୍ୟାନେଲ୍‌କୁ ସିଧା ପ୍ରସାରଣ ପାଇଁ ଅନୁମତି ଦିଆଯିବ । ଅନ୍ୟ କୌଣସି ଚ୍ୟାନେଲ୍‌କୁ ସିଧାପ୍ରସାରଣ ପାଇଁ ଅନୁମତି ଦିଆଯିବନାହିଁ । ଦୂରଦର୍ଶନର ଫିଡ୍‌କୁ ନେଇ ଅନ୍ୟ ଟିଭି ଚ୍ୟାନେଲ୍‌ ପ୍ରସାରଣ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.