ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା : ସ୍ନାନ ପୁର୍ଣିମା ସୁଦ୍ଧା ଦେଢ଼ା ମଜୁରୀ ଲାଗୁ କରିବା ପାଇଁ ମହାରଣା ମାନଙ୍କର ଦାବି

Published By : Prameya-News7 Bureau | June 12, 2019 IST

ପୁରୀ ୧୨/୬: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ରଥର ସମସ୍ତ ଚକ ଓ ଅଖ ନିର୍ମାଣ ସରିଛି। ଗତକାଲି ଅବଶିଷ୍ଟ ୩୬ ଟି ଅଖ ସହ ୧୮ ଟି ଅଖର ସଂଯୋଗ ସରିଛି। ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନି ରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ ଟି ଚକ ସହ ୩ ଟି ଅଖର ସଂଯୋଗ କରାଯାଇଛି । ସ୍ନାନ ପୁର୍ଣିମା ସୁଦ୍ଧା ଚାରି ନାହାକା ଉଠିବା ପାଇଁ ଥିବାବେଳେ ଦେଢ଼ା ମଜୁରୀ ଲାଗୁ କରିବା ପାଇଁ ମହାରଣା ମାନେ ଦାବି କରିଛନ୍ତି।

{"id":122414,"width":595,"height":433}

ଜୋରସୋର ଚାଲିଛି ରଥ ନିର୍ମାଣ କାମ । କାହାରି ହାତକୁ ଫୁରସତ ନାହିଁ । ଗତକାଲି ସଂନ୍ଧ୍ୟାରେ ସମସ୍ତ ୪୨ ଟି ଚକ ଓ ୨୧ ଟି ଅଖ ସଂଯୋଗ ବା ଡ଼େରା କାର୍ଯ୍ୟ ସରିଛି। ପରଂପରା ଅନୁଯାୟୀ ଏହି ଚକ ଡ଼େରା କାର୍ଯ୍ୟ ଶୀତଳଶଷ୍ଠୀ ତିଥିରେ ହେବା କଥା । ଗତକାଲି ଭୋଇ ସେବକମାନେ ପର୍ଯ୍ୟାୟ କ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ ଟି ଚକ, ତାଳଧ୍ବଜ ରଥର ୧୪ ଟି ଚକ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୨ ଟି ଚକ ସହ ଅଖ ସଂଯୋଗ କରିଛନ୍ତି ।

{"id":122415,"width":594,"height":438}

ତିନିରଥର ସମସ୍ତ ଚକ କାର୍ଯ୍ୟ ସରିବା ପରେ ରଥର ଉପରି ଭାଗ କାର୍ଯ୍ୟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ସହଯୋଗୀ ମହାରଣା ସେବକମାନେ ରଥର ଦଣ୍ଡା ହଣା କାର୍ଯ୍ୟ ଚଳାଇଛନ୍ତି। ସମସ୍ତ ଦଣ୍ଡାକୁ ହଣାଯାଇ ଚଉପଟ କରାଯାଇଛି। ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣମୀ ଦିନ ତିନି ରଥର ଚାରି ନାହାକା ଉଠିବାର ବିଧି ରହିଛି । ତେଣୁ ୪୦ ଫୁଟିଆ ଲମ୍ବା କାଠରେ ଦଣ୍ଡା କାମ ହେଉଛି । ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଦେଢ଼ା ମଜୁରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ବିଶ୍ବକର୍ମା ମହାରଣାମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ନଚେତ୍ ସ୍ନାନ ପୁର୍ଣ୍ଣମୀ ଦିନ ଚାରିନାହାକା ଉଠିବାରେ ସମସ୍ୟା ହେବ ବୋଲି ଆଶ କରାଯାଉଥିବା ମୁଖ୍ୟ ମହାରଣା କହିଛନ୍ତି ।

{"id":122416,"width":595,"height":435}

ଦଣ୍ଡା ହଣା କାର୍ଯ୍ୟ ସହ ଗୟଳ ଚିରଟରେ ଲାଗିପଡ଼ିଛନ୍ତି ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ସହ ସହଯୋଗୀ ମହାରଣା ଓ ଭୋଇ ସେବକମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.