Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଚଳଚଞ୍ଚଳ ରଥଖଳା, ଆରମ୍ଭ ହୋଇଛି ତାଳଧ୍ୱଜର ଗୟଳ ଚିରଟ କାମ

7/06/2021 at 8:12 AM

ପୁରୀ, ୦୭/୦୬ :  ପାଖେଇ ଆସୁଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା। କୋଭିଡ଼ କଟକଣା ମଧ୍ୟରେ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଦୋଳବେଦୀ ମଧ୍ୟ ଚଳଚଞ୍ଚଳ। କମାରଶାଳରେ କମାର ସେବକ, ରଥଖଳାରେ ମହାରଣା ସେବକ ଏବଂ ଭୋଇ ସେବକଙ୍କ ଭଳି ଦୋଳବେଦୀରେ କରତିଆ ସେବକଙ୍କ ହାତକୁ ତର ନାହିଁ, ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥର ଗୟଳ ଚିରଟରେ ବ୍ୟସ୍ତ ଅଛନ୍ତି କରତିଆ ସେବକ  ।

ଗୟଳ, ଯାହା ରଥକୁ ବାନ୍ଧି ରଖିବା ସହିତ ବଢ଼ାଇଥାଏ ସୌନ୍ଦର୍ଯ୍ୟ। ଆଉ ଏଥିପାଇଁ ରଥଖଳାରେ ଆବଶ୍ୟକ ପଡ଼େ ୪୦ ଫୁଟିଆ ଧଉରା କାଠ। ଏହି ବିଶାଳ କାଠକୁ ପୋଲ ଗୟଳ ମଧ୍ୟ କୁହାଯାଏ। ତିନି ରଥର ୨୬ ଚକ ଶେଷ ଏବଂ ୨୧ ଅଖ କାମ ସରିବା ପରେ ଏବେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥର ଗୟଳ ଚିରଟ କାମ ଆରମ୍ଭ ହୋଇଛି । କରତିଆ ସେବକ ଲମ୍ବ ଧଉରା କାଠ ଚିରଟରେ ଲାଗିଛନ୍ତି । ବଳଭଦ୍ରଙ୍କ ରଥ ପରେ ଆରମ୍ଭ ହେବ କାଳିଆ ଠାକୁରଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୟଳ ଚିରଟ କାମ।ତିନୋଟି କାଠରୁ ୬ ଟି ପଟ ବାହାର କରାଯିବା ପରେ ସ୍ନାନପୂର୍ଣ୍ଣିମାରେ ହିଁ ଚାରିନାହାକା ଅନୁକୂଳ ହେବ।

ତେବେ ରଥଖଳାରେ ରଥନିର୍ମାଣ କାମ ହେଉ କି ରଥ ଟଣା, ସବୁଠି ଦରକାର ପଡ଼େ ଭୋଇ ସେବକଙ୍କ ସହାୟତା।ସେମାନଙ୍କ ହାତ ଆଉ କାନ୍ଧ ନଲାଗିଲେ ଯେମିତି କାଠଗଣ୍ଡି ହଲିବନି କି ଘୁଞ୍ଚିବନି।ତେଣୁ ରଥଖଳାରୁ ନିଜ ଭୋଇ ସେବାୟତମାନେ ୪୦ ଫୁଟିଆ ଗୟଳ କାଠକୁ ଦୋଳବେଦୀକୁ ଆଣିଥାନ୍ତି। କରତିଆ ସେବକଙ୍କ ଗୟଳ ଚିରଟ ଶେଷ ହେବା ପରେ ୩ଟି ରଥର ୬ଟି ପଟକୁ ଭୋଇ ସେବକମାନେ ରଥଖଳାକୁ ବୋହି ନେଇଥାନ୍ତି, ଏବଂ ଚାରିନାହାକା ଉଠିବାର କାର୍ଯ୍ୟ ଆରମ୍ଭ ହୋଇଥାଏ ବୋଲି କହିଛନ୍ତି ମହାରଣା ସେବାୟତ।

   Related Posts