Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ରଥଯାତ୍ରାକୁ ନେଇ ସରୁନି ବିବାଦ, ସମର୍ଥନ ଓ ଅସନ୍ତୋଷ କରିଛି ଦ୍ୱିଭାଗ, ବିଜେଡି ରଖିଲା ଜବାବ

20/06/2020 at 6:27 PM

ଭୁବନେଶ୍ୱର, ୨୦|୦୬ : ପୁରୀ ରଥଯାତ୍ରା ବନ୍ଦକୁ ନେଇ କହୁଳୁଛି ଅସନ୍ତୋଷ । ଗୋଟେ ପଟେ ଭକ୍ତ ନିରାଶ ହୋଇଥିବା ବେଳେ ଅନ୍ୟପଟେ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ମଧ୍ୟ ଅନେକ  ପ୍ରଶ୍ନ ଉଠାଇଛନ୍ତି ।  ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ରାଜ୍ୟସଭା ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି ଜଗନ୍ନାଥ କଣ୍ଢେଇ ନୁହନ୍ତି ଯେ ତାଙ୍କୁ ଏଠି ସେଠି ବସାଇ ପୂଜା କରିଦେବ । ସେପଟେ ରଥଯାତ୍ରା ବନ୍ଦ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ ରଥଯାତ୍ରା ବନ୍ଦ ସପକ୍ଷରେ ମତ ରଖିଥିବା ବେ​ଳେ ସେସବୁର ଜବାବ୍‌ ରଖିଛି ବିଜେଡି ।

ଜଗନ୍ନାଥ କଣ୍ଢେଇ ନୁହନ୍ତି ଯେ ତାଙ୍କୁ ଏଠି ସେଠି ବସାଇ ପୂଜା କରିଦେବ । ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ରହିଛି । ମନ୍ଦିର ଭିତରେ କେମିତି ରଥଯାତ୍ରା ହେବ ? ମନ୍ଦିର ବାହାରେ ରଥ ଉପରେ ହେଉଥିବା ଅଧରପଣା ନୀତି କେମିତି ହେବ ?  ରଥ ନହେଲେ ଗଜପତି ଛେରାପହଁରା କରିବେ କେଉଁଠି ?  ଏ ବର୍ଷ ରଥଯାତ୍ରା ବନ୍ଦକୁ ନେଇ ଏମିତି କିଛି ପ୍ରଶ୍ନ ଉଠାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର । ପୁରୀକୁ ସଟ୍‌ଡାଉନ୍‌ କରି ରଥଯାତ୍ରା କରିବାକୁ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ସରକାର କୋର୍ଟରେ ସେ ତଥ୍ୟ ରଖିଲେନି ।

ସେପଟେ ରଥଯାତ୍ରା ବନ୍ଦକୁ ନେଇ ତେଜିବାରେ ଲାଗିଛି  ପଲିଟିକାଲ ବୟାନବାଜି । ରଥଯାତ୍ରା ବନ୍ଦ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ ରଥଯାତ୍ରା ବନ୍ଦ ସପକ୍ଷରେ ମତ ରଖିଥିବା ବେ​ଳେ ସେସବୁର ଜବାବ୍‌ ରଖିଛି ବିଜେଡି ।

ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଯଦିଓ  ଅନ୍ୟ କଥାର କିଛି ମତଲବ ନାହିଁ ତଥାପି ସୋମବାର ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ସସ୍‌ପେନ୍‌ସ୍‌ ରହିବ । ସେପଟେ ବିନା ରଥଯାତ୍ରାରେ ଶ୍ରୀମନ୍ଦିର ଭିତରେ କିଭଳି ବିଧିରକ୍ଷା କରାଯାଇପାରିବ ତାକୁ ନେଇ ମଧ୍ୟ ଚାଲିଛି ମାନସମନ୍ଥନ ।

   Related Posts