Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ମେ ୩ ପରେ ରଥଯାତ୍ରା ନିଷ୍ପତ୍ତି, ଅକ୍ଷୟ ତୃତୀୟ ଓ ରଥ କାମ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଏବଂ ମୁକ୍ତି ମଣ୍ଡପଙ୍କ ପରାମର୍ଶ ନିଆଯିବ

24/04/2020 at 5:40 PM

ପୁରୀ ୨୪/୦୪ : ମେ ୩ ତାରିଖକୁ ଅପେକ୍ଷା।  କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଵର୍ତମାନ ରଥଯାତ୍ରା ଦୁଇମାସ ଥିବାରୁ ଵର୍ତମାନ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରୀତିନୀତି  କେମିତି ହେବ ସେ ନେଇ  ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେବା ପାଇଁ ପରିଚାଳନା କମିଟିର ନିଷ୍ପତି ହୋଇଛି।

ଝୁଲିଲା ନିଷ୍ପତି। କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା । ଅକ୍ଷୟ ତୃତୀୟାରେ ରଥ କାମ ଆରମ୍ଭ ହୋଇପାରିବନି । ମନ୍ଦିର ବାହାରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ଏ ନେଇ  କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି।  ମେ ୩ ତାରିଖ ପରେ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ ଲାଇନ ଆସିବା ପରେ  ରଥ ଯାତ୍ରା, ସ୍ନାନ  ଯାତ୍ରା, ବାହୁଡା ଯାତ୍ରା, ନୀଳାଦ୍ରି ବିଜେ ହୋଇପାରିବ କି ନାହିଁ ସେନେଇ ନିଷ୍ପତ୍ତି ହେବ  । ଏ ନେଇ  ମେ ୪ ତାରିଖରେ ପରିଚାଳନା କମିଟି ବୈଠକ ବସିବ। ଏହା ସହିତ ପରିଚାଳନା କମିଟି ପକ୍ଷରୁ  କେନ୍ଦ୍ର ସରକାରଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଛି। ୧- ମେ ୩ ତାରିଖ  ଦିନ  ଦେବ ନୀତି  ବ୍ୟବସ୍ଥିତ କରିବା ନେଇ ନିଷ୍ପତି ନେବେ।  ୨- ସେବକ, ଅଫିସର  ଏବଂ ପୋଲିସ ପ୍ରଶାସନକୁ ନେଇ ରଥଯାତ୍ରା ହୋଇପାରିବକି। ସେ ନେଇ ସ୍ପଷ୍ଟ କରିବାକୁ ପରିଚାଳନା କମିଟି ନିବେଦନ କରାଯାଇଥିବା ଆଜି ପରିଚାଳନା କମିଟି ବୈଠକ ପରେ  ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ଗଜପତି ମହାରାଜ।

ଏପଟେ ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ରଥ ନିର୍ମାଣ କାର୍ଯ୍ୟ  ସମ୍ପର୍କରେ ଖୁବ ଶୀଘ୍ର ଚୂଡାନ୍ତ ନିଷ୍ପତି ନିଆଯିବ। ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ପରିଚାଳନ କମିଟି ସଦସ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ଗଜପତି ମହାରାଜ  ଜଗଦ ଗୁରୁ  ଶଙ୍କରଚର୍ଯ୍ୟଙ୍କ ସହିତ ଆଲୋଚନା କରିବେ। ଏପଟେ ମୁକ୍ତି ମଣ୍ଡପ ବ୍ରାହ୍ମଣଙ୍କ ମତାମତ ମଧ୍ୟ ନିଆଯିବ। ପରିଚାଳନା କମିଟି ବୈଠକରେ ଏ ନେଇ ନିଷ୍ପତି ହୋଇଛି।

ଗୋଟିଏ ପଟେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଗୋଟିଏ ପଟେ ରୋଗ ନିୟନ୍ତ୍ରଣ ଆଉ ଗୋଟିଏ ପଟେ  ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରା ଏହି ଦୁଇଟି ଭାବନାକୁ ବିଚାରକରି ବାଟ ବହାରକରିବାକୁ  କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତି ଅପେକ୍ଷା କରିଛି ପରିଚାଳନ କମିଟି।

   Related Posts