ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରଧରିଚି
Published By : Prameya-News7 Bureau | June 16, 2018 IST
ଘୋଷ ଯାତ୍ରାକୁ ଆଉ ମାତ୍ର ଦିନ କେଇଟା । ଚଳ ଚଞ୍ଚଳ ରଥ ଖଳା । ଗତକାଲି ସୁଦ୍ଧା ଚାଙ୍ଗଡ଼ା ଓ ଚଣାକ ବାଡ଼ିଆ କାର୍ଯ୍ୟ ସରିଛି । ଆଜି ଦ୍ବିତୀୟ ଭୂଇଁ କାର୍ଯ୍ୟ ଚାଲିଛି । ଭୋଇ ସେବାୟତମାନେ ରଥ ଖଳାକୁ ଖଦି ଓରା ଆଣୁଛନ୍ତି । ଏଥିରେ ବିନ୍ଧ ସରିବା ପରେ ୧୪ ନାହାକା ବୁଲାଯିବାର କାର୍ଯ୍ୟକ୍ରମ ରହିଛି ।