Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ରଥଯାତ୍ରା ପାଇଁ ସବୁ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ : ପୁରୀ ଡାକ୍ତରଖାନାରେ ଆଇସିୟୁ ଚାଲୁ କରିବା ପାଇଁ ନିର୍ଦ୍ଦେଶ, ନିୟୋଜିତ ହେବେ ୧୫୫ ପ୍ଲାଟୁନ୍ ପୋଲିସ ଫୋର୍ସ

28/06/2019 at 6:34 PM

ପୁରୀ ୨୮/୬ : ରଥଯାତ୍ରାରେ ପୁରୀକୁ ଆସୁଥିବା ସବୁ ଭକ୍ତ ଆମର ଅତିଥି । ଏଣୁ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀରେ ଆୟୋଜିତ ଶେଷ ସମନ୍ନୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ରଥଯାତ୍ରା ପାଇଁ ସବୁ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ବୈଠକରେ ୭ଟି ବିଭାଗର ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବ, ପୋଲିସ ଡିଜି, ସେବାୟତ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।…

ରଥଯାତ୍ରା ପାଇଁ ସମସ୍ତ ବିଭାଗର ପ୍ରସ୍ତୁତି ସମୀକ୍ଷା । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ସବୁ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଚଳିତ ବର୍ଷ ରଥଯାତ୍ରାରେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ପିପିଲି ଠାରେ ଥିବା ଟୋଲ ଗେଟ୍ ରେ ୩ ଦିନ ପାଇଁ ଟିକସ ଛାଡ଼ କରାଯାଇଛି ।

ଭକ୍ତ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ସହ ପୁରୀ ଡାକ୍ତରଖାନାରେ ଆଇସିୟୁ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଜାତୀୟ ରାଜପଥ, ପୂର୍ତ୍ତ ବିଭାଗ ଓ ପୌରସଂସ୍ଥା ମିଳିତ ଭାବେ ରାସ୍ତା ମରାମତି ଓ ଡ୍ରେନ୍ କାର୍ଯ୍ୟ ୩୦ ତାରିଖ ମଧ୍ୟରେ ଶେଷ କରିବା ପାଇଁ କୁହାଯାଇଛି ।

ସେହିପରି ବାତ୍ୟା ଫୋନି ଦ୍ବାରା ନଷ୍ଟ ହୋଇଯାଇଥିବା ବିଦ୍ୟୁତ୍ ସେବା ଓ ଜଳଯୋଗଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ୪୦୦ରୁ ଅଧିକ ବସକୁ ସ୍ବତନ୍ତ୍ର ପରମିଟ ଦେବା ସହ ୧୮୫ଟି ସ୍ବତନ୍ତ୍ର ଟ୍ରେନ୍ ଯାତାୟତ କରିବ । ସୁରକ୍ଷା ପାଇଁ ୧୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଏକ ହଜାରରୁ ଅଧିକ ଅଧିକାରୀ ନିୟୋଜିତ ହେବେ । ପୁରୀ ଆସୁଥିବା ସମସ୍ତ ଭକ୍ତ ଆମର ଅତିଥି । ଏଣୁ ସେମାନଙ୍କୁ ସମସ୍ତ ସୁବିଧା ଯୋଗଇଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।…

ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ସେବାୟତଙ୍କ ସହଯୋଗ କାମନା କରିବା ସହ ସବୁ ବିଭାଗ ମଧ୍ୟରେ ସମନ୍ନୟ ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ୭ଟି ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ, ପୋଲିସ ଡିଜିଙ୍କ ସହ ସେବାୟତ ପ୍ରତିନିଧି ଓ ବୁଦ୍ଧିଜୀବୀ ସାମିଲ ଥିଲେ।

   Related Posts