ଗୋଟିଏପଟେ ଚାଲିଛି ସେବାୟତଙ୍କ କୋଭିଡ ଟେଷ୍ଟ, ଏପଟେ ମହାପ୍ରଭୁଙ୍କ ଅନବସର ନୀତି ପାଇଁ ପ୍ରସ୍ତୁତି : ଶ୍ରୀକ୍ଷେତ୍ରରେ ପହଞ୍ଚିଛି ବାସୁଙ୍ଗା ପାଟ

Published By : Prameya-News7 Bureau | May 29, 2020 IST

ପୁରୀ ୨୯/୦୫ : କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନ ନୀତି ସଂପନ୍ନ କରିବାକୁ ଜୋରସୋରରେ ଆଗେଇ ଚାଲିଛି କାମ । ମହାପ୍ରଭୁଙ୍କ ଅନବସର ନୀତି ଓ ଘୋଷଯାତ୍ରା ପାଇଁ ତିଗିରିଆରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ବାସୁଙ୍ଗା ପାଟ । ଆସନ୍ତାକାଲି ସବୁ ରଥରେ ଚକ ଡେରା ହେବାକୁ ଥିବାରୁ ରଥଖଳାରେ ବ୍ୟସ୍ତ ବିଶ୍ବକର୍ମା ମହାରଣା । ସେପଟେ ସ୍ନାନ ପୂର୍ଣ୍ଣିମାରେ ସାମିଲ ହେବାକୁ ଥିବା ଗରାବଡୁ ସେବାୟତଙ୍କ କୋଭିଡ ଟେଷ୍ଟ ପାଇଁ ଆଜି ସଂଗ୍ରହ ହୋଇଛି ନମୂନା ।

{"id":278031,"sizeSlug":"large"}

 ଦେବସ୍ନାନ ପୂର୍ଣ୍ଣିମାରେ ସାମିଲ ହେବାକୁ ଥିବା ସେବାୟତଙ୍କ ଚାଲିଛି କୋଭିଡ ଟେଷ୍ଟ । ପ୍ରଥମେ ଦଇତାପତି ସେବାୟତଙ୍କ ସ୍ବାବ୍ ସଂଗ୍ରହ ହୋଇଥିଲା । ବୁଧବାର ଏବଂ ଗୁରୁବାର ଦୁଇ ଦିନ ଧରି ଦଇତାପତିଙ୍କ ସ୍ବାବ ସଂଗ୍ରହ ପରେ ଆଜିଠୁ ଗରାବଡୁ ସେବାୟତଙ୍କ ସ୍ବାବ ସଂଗ୍ରହ ଆରମ୍ଭ ହୋଇଛି । ପ୍ରତିଦିନ ୭୫ ସେବାୟତଙ୍କ ପରୀକ୍ଷା ହେଉଛି । ସ୍ବାବ ସଂଗ୍ରହ ପରେ ସମସ୍ତେ ହୋମ୍ କ୍ବାରେଣ୍ଟିନରେ ରହିବେ । ସ୍ନାନ ପୂର୍ଣ୍ଣିମା ଆଗରୁ ସବୁ ସେବାୟତଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିଯିବ।

{"id":278033,"sizeSlug":"large"}

ଗୋଟିଏ ପଟେ ସେବାୟତଙ୍କ କୋଭିଡ ଟେଷ୍ଟ ଚାଲିଛି, ଅନ୍ୟପଟେ ମହାପ୍ରଭୁଙ୍କ ଅନବସର ନୀତି ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଦଇତାପତି ସୁଦ୍ଧସୁଆର ନିଯୋଗ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିକୁ ନିଷ୍ଠାର ସହ କରିବେ ବୋଲି କହିଛନ୍ତି । ସେପଟେ ଅନବସର ନୀତି ଓ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଁଞ୍ଚିଛି ବାସୁଙ୍ଗା ପାଟ । କଟକ ତିଗିରିଆ ନୂଆପାଟଣାରୁ ପ୍ରାୟ ଅଢ଼େଇ କୁଇଣ୍ଟାଲ ବାସୁଙ୍ଗା ପାଟ ପୁରୀରେ ପହଞ୍ଚିଛି । ଶ୍ରୀଅଙ୍ଗ ସୁରକ୍ଷା, ବିଜେ ଡ଼ୋରୀ ସହ ପଇତାଲାଗି ନୀତିରେ ଏହି ବାସୁଙ୍ଗା ପାଟ ଲାଗି ହୋଇଥାଏ ।

{"id":278034,"sizeSlug":"large"}

ସେପଟେ ରଥ ଖଳାରେ ଜୋରସୋରରେ ଚାଲିଛି କାମ । ଆସନ୍ତାକାଲି ସବୁ ରଥରେ ଅଖ ସଂଯୋଗ କରାଯିବ । ଭଉଁରୀରେ ୩ ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୋଗ କରାଯାଇଥିବା ବେଳେ ଆସନ୍ତକାଲି ସମସ୍ତ ୪୨ ଟି ଚକରେ ଅଖ ସଂଯୋଗ ହେବ । ପରମ୍ପରା ଅନୁଯାୟୀ ଆଜି ଗୁଆଲିରେ ପଞ୍ଚୁପାଣ୍ଡବ ନଗର ପରିକ୍ରମା କରି ରଥଖଳାରେ ପହଞ୍ଚିବେ। ଏହାଛଡ଼ା ସ୍ନାନଯାତ୍ରାରେ ୩ ରଥର ଚାରି ନାହାକା ଉଠିବା ପରମ୍ପରା ଥିବାରୁ ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଶ୍ବକର୍ମା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.