Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ପୁରୀ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ଗଡ଼ିଲାନି ରଥ : ରାଜ୍ୟର ଅନ୍ୟ ପ୍ରମୁଖ ପୀଠରେ ମନ୍ଦିର ପରିସରରେ ନୀତିକାନ୍ତି

23/06/2020 at 6:15 PM

ପୁରୀ ୨୩/୦୬ :  ପୁରୀ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ପାଳନ ହେବନି ରଥଯାତ୍ରା । ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆଜି ରାଜ୍ୟ କିମ୍ବା ଦେଶର ଅନ୍ୟ କୌଣସି ସ୍ଥାନରେ ରଥ ଗଡି ନାହିଁ । ହେଲେ ନୀତି କାନ୍ତି ମନ୍ଦିର ପରିସରରେ ହୋଇଛି । ତେବେ ଚିଲିକାର ନୀଳ ଜଳରାଶି ମଧ୍ୟରେ ଥିବା କାଙ୍କଣଶିଖରୀ ଳୀଳା କ୍ଷେତ୍ରରେ ଭିନ୍ନ ଢଙ୍ଗରେ ପାଳିତ ହୋଇଛି ରଥଯାତ୍ରା । ଏଠାରେ ଡଙ୍ଗାରେ ବୁଲିଛନ୍ତି ମହାବାହୁ ।

ଚିଲିକାର ନୀଳ ଜଳରାଶୀରେ ରଥଯାତ୍ରା । ରଥରେ ନୁହେଁ ଡଙ୍ଗାରେ ବୁଲିଛନ୍ତି ମହାବାହୁ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଚିଲିକା ମଧ୍ୟରେ ଥିବା କାଙ୍କଣୀଶିଖରୀର ଏ ହେଉଛି ରଥଯାତ୍ରାର ପରମ୍ପରା । ଅନ୍ୟ ସ୍ଥାନରେ ରଥଯାତ୍ରା ଦିନ ରଥାରୁଢ ହୋଇ ଶ୍ରୀଜିଉ ଗୁଣ୍ଡିଚା ମନ୍ଦିରକୁ ଯାଉଥିବା ବେଳେ ଏଠାରେ କିନ୍ତୁ ନୌକାରେ ବୁଲିଥାନ୍ତି । ଶ୍ରୀବିଗ୍ରହମାନଙ୍କୁ ଏଠାରେ ଡଙ୍ଗାରେ ବସାଇ ଚିଲିକା ଜଳରାଶିରେ ବୁଲାଯିବା ପରେ ଏକ ଅସ୍ଥାୟୀ ମଣ୍ଡପରେ ରଖି ପୂଜାଚର୍ଚ୍ଚା କରାଯିବାର ପରମ୍ପରା ରହିଛି । ଏଥର ଏହି ଢଙ୍ଗରେ ରଥଯାତ୍ରା ପାଳନ କରାଯାଇଥିବା ବେଳେ କୋଭିଡ୍ ନିୟମକୁ ସଂପୂର୍ଣ୍ଣ ପାଳନ କରାଯାଇଥିବା ମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ମାନି ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନଗୁ଼ଡିକରେ ରଥ ଟଣାଯାଇନାହିଁ । କେନ୍ଦ୍ରାପଡାର ବଳଦେବଜୀଉଙ୍କ ଗୁଣ୍ଡିଚା ବିଧି ମନ୍ଦିର ପ୍ରାଙ୍ଗଣରେ କରାଯାଇଥିଲା । ବାଣପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ ନୀତି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ସେହିପରି ଖୋର୍ଦ୍ଧା ଜିଲ୍ଲାର କୁହୁଡି ଗଡ , ଭୁଷଣ୍ଡପୁର ଆଦି ସ୍ଥାନରେ ରଥଟଣା ଯାଇନଥିବା ବେଳେ ମନ୍ଦିର ପରିସରରେ ହିଁ ରୀତିନୀତି କରାଯାଇଛି । ସେହିପରି ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରେ କୋଟସମଲାଇରେ ରଥଟଣା ହୋଇନଥିଲେ ବି ରଥଯାତ୍ରାର ଦେବନୀତି  ମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା । ଛଲିଆ ପାହାଡରେ ଅସ୍ଥାୟୀ ମଣ୍ଡପରେ ତିନି ଠାକୁରଙ୍କୁ  ପହଣ୍ଡି କରି ବିଜେ କରାଯାଇଛି । କୋଭିଡ୍ ନିୟମ ପାଇଁ ରଥଟଣା ହୋଇନଥିବାରୁ ଭକ୍ତ ନିରାଶ ହୋଇଛନ୍ତି ।

ସେପଟେ ନୀଳଗିରିରେ ରଥଯାତ୍ରା ବନ୍ଦ ହେବା ନେଇ ଭକ୍ତ ଙ୍କ ଗହଣରେ ଅସନ୍ତୋଷ ଦେଖାଦେଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତିରେ ବିଭ୍ରାଟ ଓ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ତିନିଠାକୁରଙ୍କୁ ନେବା ଦାବିରେ ଜଗନ୍ନାଥ ମନ୍ଦିର ସାମ୍ନାରେ ପୂଜକ, ସେବକ, ଘଣ୍ଟୁଆ ମାନେ ଧାରଣା ଦେଇଥିଲେ । ମନ୍ଦିର ପରିସର ଓ ରଥ ଦାଣ୍ଡରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।  

   Related Posts