Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସର୍ବ ଜଗନ୍ନାଥମୟ : ରାଜ୍ୟର ବିଭିନ୍ନ ସହରରେ ଅନୁଷ୍ଠିତ ହେଲା ରଥଯାତ୍ରା

4/07/2019 at 6:50 PM

ଭୁବନେଶ୍ବର୪|୭; ଶ୍ରୀକ୍ଷେତ୍ର ପରି ରାଜ୍ୟର ବିଭିନ୍ନ ସ୍ଥାନରେ ରଥ ଟାଣିନେଇଛନ୍ତି ଭକ୍ତ । ।୩ ଠାକୁରଙ୍କୁ ରଥରେ ମନୋଭରି  ଉପଭୋଗ କରିବାକୁ ଧାଇଁ ଆସିଛି ଭକ୍ତ । ଏପଟେ ଜଗତର ନାଥ ଜଗନ୍ନାଥ ବି ଚକାଆଖିରେ ଭକ୍ତଙ୍କୁ ଦେଖିବେ ବୋଲି ଆତୁର ହୋଇପଡିଛନ୍ତି ।ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥ ଗଡିଛି ।ଚାଲନ୍ତୁ ଦେଖିବା କେଉଁଠି କେମିତି ଗଡିଛି ରଥ

ଭୁବନେଶ୍ବର

ରଥ ପଥ ସବୁ ଜଗନ୍ନାଥମୟ । ରତ୍ନ ସିଂହାସନ ଛାଡି ରଥାରୂଢ ଚତୁର୍ଦ୍ଧା ମୂରତି ।ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ଜୟଜଗନ୍ନାଥ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ଗଗନ ପବନ  । ରାଜଧାନୀର ରାଜପଥରେ ଗଡିଲା ଶ୍ରୀଜିଉଙ୍କ ରଥ ।ଭୁବନେଶ୍ବର  ଇସ୍କନ, ଆରସିଏମ ଜଗନ୍ନାଥ ମନ୍ଦିର, ଜାଗମରା ଜଗନ୍ନାଥ ମନ୍ଦିରରେ ମହା ଆଡମ୍ବରରେ ରଥଯାତ୍ରା ପାଳିତ ହୋଇଛି । ସୁସଜ୍ଜିତ ରଥରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ବାହାରିଥିଲେ ମହାପ୍ରଭୁ ।ଶଙ୍ଖ, ଘଣ୍ଟ ଘଣ୍ଟା, ଭଜନ କୀର୍ତ୍ତନ, ଘୋଡାନାଚ ଓ ପାରମ୍ପରିକ ବାଦ୍ୟ ସହ ରଥ ଗଡି ଗଡି ଚାଲିଥିଲା ।

କଟକହଜାର ହଜାର ଭକ୍ତଙ୍କ ଗହଣରେ କଟକରେ ଗଡିଲା ୩ ରଥ । ଇଏ ହେଉଛି କଟକ ଦୋଳମୁଣ୍ଡାଇ ସ୍ଥିତ ଶ୍ରୀପତିତପାବନ ଜିୟୁଙ୍କ ପହଣ୍ଡି ବିଜେର ଦୃଶ୍ୟ । ଜଗତରଠାକୁର ଶ୍ରୀଜଗନ୍ନାଥଙ୍କୁ ଟିକେ ପାଖରୁ ଦେଖିବା ପାଇଁ  ଅଗଣିତ ଜନସମାଗମ ହୋଇଥିଲା ।ସେହିପରି ପାରମ୍ପରିକ ବାଦ୍ୟ ସହ ପୁରୀର ନାଗା ନୃତ୍ୟରେ କମ୍ପୁଥିଲା ଚାନ୍ଦିନୀଚୌକର ବଡଦାଣ୍ଡ ।ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ପୁରୁଷମାନେ ଟାଣୁଥିବା ବେଳେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ ।

ଜଗନ୍ନାଥଙ୍କ ଅନ୍ୟତମ ବିଜେସ୍ଥଳୀ ସୁବର୍ଣ୍ଣପୁର କୋଟସମଲାଇ । ଏହା ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ। ଘଞ୍ଚ ବନାନିର ପାହାଡିଆ ରାସ୍ତାରେ ପ୍ରାୟ ୨୦୦ ଫୁଟ ତଳକୁ ଧା଼ଡି ପହଣ୍ଡିରେ ବିଗ୍ରହମାନେ ଆସି ରଥାରୁଢ ହୋଇ ଯାଇଥିଲେ ମାଉସୀମା ମନ୍ଦିରକୁ । ଅନନ୍ୟ ରଥଯାତ୍ରାର ଅନୁଭୂତି ସାଉଁଟିବାକୁ ଭକ୍ତମାନଙ୍କର ବେଶ ସମାଗମ ହୋଇଛି । ସେପଟେ ବାଲେଶ୍ବରରେ ଗଡିଛି ଶ୍ରୀଜିଉଙ୍କ ରଥ । ବାଲଗୋପାଳ ପୁରରେ ଥିବା ଇମାମୀ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ । ଶହ ଶହ ଭକ୍ତ ଆନନ୍ଦ ଉଲ୍ଲାସରେ ରଥକୁ ଟାଣି ଟାଣି ନେଇ ଯାଇଥିଲେ । ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ରଥ ଯାତ୍ରା

ପାରାଦୀପ ଇଫକୋ କଂପାନୀ ପକ୍ଷରୁ ପ୍ରଥମ ଥର ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ର ପୁରୀର ରୀତିନୀତି ଅନୁସାରେ ପ୍ରଭୁଙ୍କ ପହଣ୍ଡି, ରଥ ଉପରେ ଛେରା ପହଁରା  ଆଦି ସମସ୍ତ ପୂଜାର୍ଚ୍ଚନା ପରେ ରଥରେ ବିରାଜମାନ ହୋଇଥିଲେ ୩ ଠାକୁର । ଏହା ପରେ ରଥାରୁଢ ବିଗ୍ରହଙ୍କୁ ଟାଣିନେଇଛନ୍ତି ଶ୍ରଦ୍ଧାଳୁ ।

ଅନୁଗୋଳ- ଢେଙ୍କାନାଳ

ସେପଟେ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଅନୁଗୋଳ ସହର । ସକାଳୁ ଦ୍ବାରଫିଟା ମଙ୍ଗଳ ଆଳତୀ ପରେ ପହଣ୍ଡି କାର୍ଯ୍ୟକ୍ରମ ହୋଇଥିଲା । ୩ ଦିଅଁଙ୍କୁ ଗୋଟି ପହଣ୍ଡିରେ ରଥାରୁଢକରାଇଥିଲେ ସେବକ । ପରମ୍ପରା ଅନୁସାରେ ଜିଲ୍ଲାପାଳ ଛେରାପହଁରା କରିଥିବା ବେଳେ ଶହ ଶହ ଭକ୍ତ ୩ ରଥକୁ ଟାଣିନେଇଥିଲେ ।ସେହିପରି ଢେଙ୍କାନାଳ ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଛି।ରାଜା କାମାକ୍ଷାପ୍ରସାଦ ସିଂହଦେଓ ଛେରାପହଁରା କରିଥିଲେ ।ପହଣ୍ଡି ପରେ ରଥାରୁଢ ହୋଇଥିଲେ ୩ ଠାକୁର। ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ପୁରୁଷମାନେ ଟାଣୁଥିବାବେଳେ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣି ଟାଣି ନେଇଥିଲେ ।

ଘୋଷଯାତ୍ରାରେ ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ ।ପାଗ ଅନୁକୂଳ ଥିବାରୁ ଶାନ୍ତି ଶୃଙ୍ଖଳାରେ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍ଣ୍ଣ ହୋଇଛି ।

   Related Posts