ବେଙ୍ଗାଲୁରୁ ଆଗ୍ରା ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରା ପାଳନ, ବେଢ଼ା ଭିତରେ କରାଗଲା ପହଣ୍ଡି

Published By : Prameya-News7 Bureau | July 12, 2021 IST

ବେଙ୍ଗାଲୁରୁ, ୧୨/୦୭: ବେଙ୍ଗାଲୁରୁ ସହରର ପାଞ୍ଚଟି ସ୍ଥାନରେ ଜଗନ୍ନାଥଙ୍କର ରଥ ଯାତ୍ରା ପାଳନ ହେଉଥିବା ବେଳେ କୋଭିଡ ନିୟମ ପାଇଁ କୌଣସି ସ୍ଥାନରେ ରଥ ଗାଡି ନାହିଁ। ବାଙ୍ଗାଲୋର ସହରର ମୁଖ୍ୟ ଜଗନ୍ନାଥ ମନ୍ଦିରର ଆଗ୍ରା ଜଗନ୍ନାଥ ମନ୍ଦିରରେ ମଧ୍ୟ ବେଢ଼ା ଭିତରେ କେବଳ ପହଣ୍ଡି କରାଯାଇ ତିନି ବିଗ୍ରହକୁ ତଳକୁ ଅଣା ଯାଇଥିଲା।

ଭକ୍ତମାନଙ୍କ ପ୍ରବେଶ ନିଷେଧ ଥିବାରୁ ମନ୍ଦିର ଫାଟକ ବାହାରେ ଭକ୍ତମାନେ ରୁଣ୍ଡ ହୋଇଥିବାର ଦେଖାଯାଇଥିଲା। କିନ୍ତୁ ରଥ ଟଣା ନହେବାରୁ ବେଙ୍ଗାଲୁରୁରେ ରାହୁଥିବା ପ୍ରବାସୀ ଓଡ଼ିଆ ମାନେ ନିରାଶ ହୋଇଛନ୍ତି।  ଆଗ୍ରା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି କୋଭିଡ ନିୟମ ପାଳି ରଥଯାତ୍ରା କ୍ରମାଗତ ଦୁଇବର୍ଷ ହେବ ସ୍ଥଗିତ କରିଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.