କେବଳ ପରମ୍ପରାରେ ସୀମିତ ରହିଲା ଢେଙ୍କାନାଳ ବଳରାମ ଜୀଉଙ୍କ ପାରମ୍ପରିକ ରଥଯାତ୍ରା, ମନ୍ଦିର ଭିତରେ ଗଡିଲା କୁନି ରଥ

Published By : Prameya-News7 Bureau | July 12, 2021 IST

ଢେଙ୍କାନାଳ ୧୨।୭: ଚଳିତ ବର୍ଷ ପୁଣି କୋଭିଡ୍ ସଂକ୍ରମଣ ଆଶଙ୍କାରେ ରଥଯାତ୍ରା ପାଇଁ କଡା କଟକଣା ଜାରି ହୋଇଛି । ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ କୌଣସି ସ୍ଥାନରେ ରଥଯାତ୍ରା ବାରଣ ରହିଥିବାରୁ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କ ପାରମ୍ପରିକ ରଥଯାତ୍ରାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏପରିକି ବଳରାମ ମନ୍ଦିରକୁ ଚାରି ପାଖରେ ପୋଲିସ ମୁତୟନ ହୋଇଥିବା ସହ ସାଧାରଣ ଦର୍ଶନ ବାରଣ କରାଯାଇଛି । ଫଳରେ ପରମ୍ପରା ରଖିବାକୁ ଯାଇ ଏହି ପବିତ୍ର ରଥଯାତ୍ରାକୁ ଢେଙ୍କାନାଳରେ କେବଳ ବଳରାମ ଜୀଉଙ୍କ ମନ୍ଦିର ମଧ୍ୟରେ ସୀମିତ ରଖାଯାଇଛି ।

{"id":479480,"width":749,"height":412,"sizeSlug":"large","linkDestination":"none"}

ଏଥିପାଇଁ ଦୁଇଟି କୁନି କୁନି ରଥ ନିର୍ମାଣ କରାଯାଇ ପ୍ରତୀକ ରଥ ଭାବେ ବଳରାମ ଜୀଉଙ୍କ ମନ୍ଦିର ମଧ୍ୟରେ ଏହି କୁନି ରଥଯାତ୍ରା କରାଯାଇଛି । ତେବେ ଜନସାଧାରଣଙ୍କ ପାଇଁ ପ୍ରବେଶ ନିଷେଧ ସାଙ୍ଗକୁ ଦର୍ଶନ ବାରଣ କରାଯାଇଥିବାରୁ କେବଳ ସେବାୟତଙ୍କ ମଧ୍ୟରେ ଚଳିତ ବର୍ଷ ଢେଙ୍କାନାଳର ବଳରାମ ଜୀଉଙ୍କ ରଥଯାତ୍ରାକୁ ମନ୍ଦିର ମଧ୍ୟରେ ସୀମିତ କରାଯାଇଛି ।

{"id":479482,"width":751,"height":413,"sizeSlug":"large","linkDestination":"none"}

ପରମ୍ପରା ରଖିବାକୁ ଯାଇ ରାଜପ୍ରାସାଦରୁ ଢେଙ୍କାନାଳ ରାଜା କମାକ୍ଷାପ୍ରସାଦ ସିଂହଦେଓଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ଯୁବରାଜ ଅମରଜ୍ୟୋତି ସିଂହ ମନ୍ଦିର ପରିସରରେ ଶ୍ରୀଜିଉଙ୍କ ପହଣ୍ଡି କରାଇଥିଲେ । ପରେ କୁନି ରଥକୁ ସେବାୟତମାନେ ମନ୍ଦିର ପରିସରରେ ଟାଣି ରଥଯାତ୍ରାର ପ୍ରଥା ପାଳନ କରିଥିବା ଦେଖାଯାଇଛି । ଏହି ଅବସରରେ ସେବାୟତମାନଙ୍କ ଘଣ୍ଟ ଘଣ୍ଟି ବାଜା ସାଙ୍ଗକୁ ହରିବୋଲ ହୁଳହୁଳିରେ ବଳରାମ ଜୀଉଙ୍କ ମନ୍ଦିର କମ୍ପିଉଠିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.