Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଏଥର ଭକ୍ତଙ୍କ ବିନା ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ଘୋଷଯାତ୍ରା ! ବଡଦାଣ୍ଡକୁ ଆସିପାରିବେନି ଶ୍ରଦ୍ଧାଳୁ

30/05/2020 at 7:58 PM

ପୁରୀ, ୩୦|୦୫: ଏଥର ଭକ୍ତଙ୍କ ବିନା ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା । ସ୍ନାନଯାତ୍ରାରୁ ମହାପ୍ରଭୁଙ୍କ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏମିତିକି ବଡ଼ଦାଣ୍ଡକୁ ଆସିପାରିବେନେ କୌଣସି ଶ୍ରଦ୍ଧାଳୁ ।  ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ନାନପୂର୍ଣ୍ଣିମା ନୀତି ନର୍ଘଣ୍ଟ ଚୁଡ଼ାନ୍ତ ହୋଇଥିବା ବେଳେ ଭକ୍ତଙ୍କ ବିନା ମହାପ୍ରଭୁଙ୍କ ଘୋଷଯାତ୍ରା କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ଅବସରରେ  କେବଳ ଟେଲିଭିଜନରେ ସିଧାପ୍ରସାରଣ ମାଧ୍ୟମରେ ଭଗବାନଙ୍କୁ ଦର୍ଶନ କରିବେ ଭକ୍ତ । ସେପଟେ ସ୍ନାନଯାତ୍ରାକୁ ନଜରରେ ରଖି ପୁରୀକୁ ସମସ୍ତ ଟ୍ରେନ୍‌ ବନ୍ଦ କରାଯାଇଛି ।

ଭକ୍ତର ଇଚ୍ଛା ବଡ଼ଦାଣ୍ଡ ଧୁଳିରେ ଟିକେ ଗଡ଼ିଥାନ୍ତା । ବାଇଶି ପାହାଚରେ ଟିକେ ଚଢ଼ିଥାନ୍ତା । ଆଖି ପୂରାଇ ପାଦଠୁ ମୁଣ୍ଡ ଯାଏଁ ଭଲ କରି  ତା’ର ଭଗବାନଙ୍କୁ ଟିକେ ଦେଖିଥାନ୍ତା । କାରଣ ୨ମାସରୁ ଅଧିକ ସମୟ ହେଲାଣି କେତେ ଯେ ଅଳି ଗୁହାରି ଭକ୍ତ ମନରେ ଭରିଗଲାଣି ସେ ସବୁକୁ ମନ ଖୋଲି ଜଣାଇଥାନ୍ତା ତା’ର ମହାପ୍ରଭୁଙ୍କୁ । ଜଗତର ନାଥଙ୍କୁ । ବ୍ରହ୍ମାଣ୍ଡ ଗୋସାଇଁଙ୍କୁ । ହେଲେ ଭକ୍ତ ଓ ଭଗବାନଙ୍କ ଭିତରେ ବାଧକ ସାଜିଛି କରୋନା କଟକଣା । ଆଉ ଏହି କରୋନା କଟକଣା ଭିତରେ ଏଥର ଭକ୍ତଙ୍କ ବିନା ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ।  ସ୍ନାନଯାତ୍ରାରୁ ମହାପ୍ରଭୁଙ୍କ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।  ଏମିତିକି ବଡ଼ଦାଣ୍ଡକୁ ଆସିପାରିବେନି କୌଣସି ଶ୍ରଦ୍ଧାଳୁ ।  ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ନାନପୂର୍ଣ୍ଣିମା ନୀତି ନର୍ଘଣ୍ଟ ଚୁଡ଼ାନ୍ତ ହୋଇଥିବା ବେଳେ ଭକ୍ତଙ୍କ ବିନା ମହାପ୍ରଭୁଙ୍କ ଘୋଷଯାତ୍ରା କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ଅବସରରେ  କେବଳ ଟେଲିଭିଜନରେ ସିଧାପ୍ରସାରଣ ମାଧ୍ୟମରେ ଭଗବାନଙ୍କୁ ଦର୍ଶନ କରିବେ ଭକ୍ତ ।

ଚଳିତ ବର୍ଷ ଶ୍ରୀଜିଉଙ୍କ ସ୍ନାନଯାତ୍ରା ବିଧିବିଧାନ ଅନୁସାରେ କରିବାକୁ ନିଷ୍ପତ୍ତି ହୋଇଛି । ସୀମିତ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସ୍ନାନପୂର୍ଣ୍ଣିମା ନୀତି କରାଯିବ । ଏଥିସହ ସାହାଣମେଲା ଦର୍ଶନ ବନ୍ଦ ରହିବ । ସ୍ନାନଯାତ୍ରା ସିଧାପ୍ରସାରଣ ଦାୟିତ୍ବ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦିଆଯାଇଛି । ସାରା ଦୁନିଆ ଯେଭଳି ମହପ୍ରଭୁଙ୍କ ସ୍ନାନଯାତ୍ରା ଟିଭିରେ ଦେଖିବେ ସେନେଇ ବ୍ୟବସ୍ଥା କରାଯିବ । କରୋନା ବିପଦ ଏଡ଼ାଇବାକୁ କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ସମସ୍ତ ନିୟମ ପାଳନ କରାଯିବ ।

ସେପଟେ ବର୍ତ୍ତମାନ ପାଇଁ ପୁରୀକୁ ଗଡ଼ିବନି କୌଣସି ଟ୍ରେନ୍‌ । ସ୍ନାନଯାତ୍ରାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପରାମର୍ଶ ପରେ ପୁରୀକୁ ଟ୍ରେନ୍‌ସେବା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ଇଷ୍ଟକୋଷ୍ଟ ରେଲଓ୍ବେ । ଜୁନ୍‌ ୧ରେ ଭୁବନେଶ୍ବରରୁ ଗଡ଼ିବ ପୁରୁଷୋତ୍ତମ ଏକ୍ସପ୍ରେସ୍‌ । ସେହିଭଳି ପୁରୀକୁ ଯିବ ନାହିଁ ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍‌ । 

   Related Posts