ଘୋଷଯାତ୍ରାକୁ ଆଉ ୫ ଦିନ ବାକି, ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ
29/06/2019 at 3:08 PM

ପୁରୀ ୨୯|୬: ରଥଯାତ୍ରାକୁ ଆଉ ୫ ଦିନ ବାକି। ରଥ ନିର୍ମାଣ କାମରେ ତତ୍ପରତା ଦେଖାଇଛନ୍ତି ମହାରଣା ସେବାୟତ। ରଥର ଚନ୍ଦ୍ରଶାଳି କାମ ଶେଷ ହୋଇଛି। ତିନି ରଥ ପାଇଁ ୧୨ଟି ଚନ୍ଦ୍ରଶାଳି ଆବଶ୍ୟକ ହୋଇଥାଏ।
ତିନି ରଥ ପାଇଁ ଆବଶ୍ୟକ କନକମୁଣ୍ଡି କାମ ମଧ୍ୟ ଶେଷ ହୋଇଛି। ଅଁଳା, ପୋଟଳ, ଗାରେଡ଼ି ଆଦି କାମ ଜୋରସୋରରେ ଆଗେଇ ଚାଲିଛି। ବିଶ୍ବକର୍ମା ସେବକ, ଭୋଇ ସେବକ, ରୂପକାର ସେବକ, ଚିତ୍ରକର, ଓଝା ଏବଂ ଦର୍ଜୀ ସେବକ ମାନେ ମଧ୍ୟ ସେମାନଙ୍କ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି।