ଚଳଚଞ୍ଚଳ ରଥଖଳା, ଅଖ-ଚକ ସଂଯୋଗ ପାଇଁ ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | May 31, 2021 IST

ପୁରୀ ୩୧।୦୫:  ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଯୋରସୋରରେ ଚାଲିଛି। ରଥର ନାହାକା ଚକ ପ୍ରସ୍ତୁତ ହୋଇଛି। ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି। ଏଥିସହ ପଇରେ ବିନ୍ଧ କାମ ଚାଲିଛି। ମହାପ୍ରଭୁଙ୍କ ଭଉଁରୀ ଉତ୍ସବକୁ ଦୃଷ୍ଟି ଦେଇ କାମ ଆଗଉଛି । ଏହି ପବିତ୍ର ତିଥି ରଥର ଚକ ଓ ଅଖ ସଂଯୁକ୍ତ ହେବ ।

ତେଣୁ ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି। ଯନ୍ତା ପଟାରେ ତୁମ୍ବ ସହ ଅର ସଂଯୋଗ ବା ସିଙ୍ଗଡ଼ା ବାଡ଼ିଆ ହୋଇ ପଇକୁ ବିନ୍ଧ ପରେ ଖୁସିଅର ଲାଗୁଛି। ପରେ କଳସା କରାଯାଇ ପଇକୁ ବାନ୍ଧେଣୀ କରି ଚକ ପ୍ରସ୍ତୁତ ହେଉଛି। ରଥଖଳାରେ ଚିରଟ ହୋଇ ଜଳଯନ୍ତ୍ର ଓ ଗୁଜ କାଠ ପହଂଚିଛି। ଗୁଜ ହେଉଛି ରଥର ସୁରକ୍ଷା କବଚ। ରଥନିର୍ମାଣରେ ସମୁଦାୟ ୧୬୬ ଜଣ ସେବକ ଲାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.