Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||

ଚାଲିଛି ରଥ କାମ, ଶୀତଳଷଷ୍ଠୀ ପୂର୍ବରୁ ଶେଷ ହେବ ୩ ରଥର ୪୨ଟି ଚକ ନିର୍ମାଣ

24/05/2020 at 3:10 PM

ପୁରୀ ୨୪।୫: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି । ଏବେ ୩ ରଥର ୪୨ ଟି ଚକରୁ ୩୫ ଟି ଚକର କାର୍ଯ୍ୟ ଶେଷ ହୋଇ ଆସିଲାଣି । ଅନ୍ୟ ଚକ ଗୁଡ଼ିକର ସିଙ୍ଗଡ଼ା ବାଡ଼ିଆ ଚାଲିଥିବା ବେଳେ ମହାରଣା ସେବାୟତମାନେ ସେଥିରେ ବିଲେଇ ବାଡ଼ିଆ କାର୍ଯ୍ୟ କରୁଛନ୍ତି । ଆସନ୍ତା ଶୀତଳଷଷ୍ଠୀ ପୂର୍ବରୁ ୩ ରଥର ସମସ୍ତ ୪୨ ଟି ଚକ ଶେଷ କରାଯିବ । ସ୍ନାନ ପୂର୍ଣ୍ଣିମାକୁ ୪ ନାହାକା ଟେକାଯିବାକୁ ଥିବାରୁ ତା ପୂର୍ବରୁ ନାହାକା କାର୍ଯ୍ୟ ଏବେ କରାଯାଉଛି ।

ସେହିପରି ରଥଖଳାରେ ବିଶ୍ୱକର୍ମା ମାନେ ଆଜି ଦଣ୍ତା ଅନୁକୂଳ କରିବା ପରେ ସହଯୋଗୀ ମହାରଣା ମାନେ ଏହାକୁ ସାଇଜ୍ କରୁଛନ୍ତି । ଏହାସହ ୩ ରଥର ଗରଗରା କାମ ମଧ୍ୟ ଜାରି ରହିଛି । ସେହିପରି ରୂପକର ସେବାୟତମାନେ ୩ ରଥର କଣଗୁଜ, ପଟାଗୁଜ ଓ ନାଟଗୋଡ଼ ଗୁଡ଼ିକରେ ଖୋଦେଇ କାର୍ଯ୍ୟ କରୁଛନ୍ତି ।

ଅନ୍ୟପଟେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ । ଏହା ଦଇତାପତିଙ୍କର ଗୋଷ୍ଠୀଗତ ସେବା, ଏଠି ସର୍ବନିମ୍ନର ପ୍ରଶ୍ନ ନାହିଁ’ ବୋଲି ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର କହିଛନ୍ତି । ପହଣ୍ଡି ପାଇଁ ୧୫୦ ସେବାୟତ ରହିବେ ।

ସେମାନଙ୍କ ମଧ୍ୟରେ ଜଗନ୍ନାଥଙ୍କ ପାଇଁ ୫୦ ଜଣ, ସୁଭଦ୍ରାଙ୍କ ପାଇଁ ୩୦ ଜଣ ସେବାୟତ ରହିବେ । ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ସୁଦର୍ଶନଙ୍କ ପାଇଁ ୨୦ ଜଣ ସେବାୟତ ରହିବେ । ଆଜି ଅପରାହ୍ନରେ ଦଇତାପତିଙ୍କର କୋଭିଡ୍ ଟେଷ୍ଟକୁ ନେଇ ବୈଠକ ବସିବ । ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

   Related Posts