ରାଜବୈଦ୍ୟଙ୍କ ପ୍ରସ୍ତୁତ ମୋଦକ ସେବନ ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ, ସେପଟେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

Published By : Prameya-News7 Bureau | July 06, 2021 IST

ପୁରୀ ୦୬।୦୭: ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା। ଶ୍ରୀମନ୍ଦିରକୁ ବିଜେ ହୋଇଥିବା ଦଶମୂଳ ମହୌଷଧୀ ମହାପ୍ରଭୁଙ୍କୁ ଲାଗି କରାଯାଇଛି। ବିଳମ୍ୱିତ ରାତିରେ ଏସବୁ ନୀତି ସମ୍ପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି। ରବିବାର ମହାପ୍ରଭୁ ଚକା ବିଜେ କରିବା ପରେ ଅଣସର ନୀତି ସମ୍ପନ୍ନ ହୋଇଛି। ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଯାଇଛି। ଚକା ଉପରେ ବିଜେ ଅବସ୍ଥାରେ ମହାପ୍ରଭୁ ବସ୍ତ୍ର ପରିଧାନ କରିଛନ୍ତି।

ତେବେ ଗତକାଲି ଶ୍ରୀମନ୍ଦିରକୁ ବିଜେ ହୋଇଥିବା ଦଶମୂଳ ମହୌଷଧୀ ମହାପ୍ରଭୁଙ୍କୁ ଲାଗି କରାଯାଇଛି। ବିଳମ୍ୱିତ ରାତିରେ ଏସବୁ ନୀତି ସମ୍ପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି। ବରିଷ୍ଠ ଦଇତାପତି ପ୍ରଥମେ ପଟିଦିଅଁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦଅଁଙ୍କ ନିକଟରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ପରେ ଅଣସର ଦ୍ୱାର ଫିଟା ଯାଇଥିଲା। ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ କରିଥିଲେ। ଅଣସର ପିଣ୍ଡିକୁ ଯିବା ଦିନଠାରୁ ଶ୍ରୀଜିଉମାନେ ଧଳାଫୁଲରେ ପୂଜା ପାଉଥିବାବେଳେ ପ୍ରଥମ କରି ମହାପ୍ରଭୁଙ୍କ ପସନ୍ଦର ତୁଳସୀ ଲାଗି କରାଯାଇଥିଲା। ଆଜି ଶ୍ରୀନଅରକୁ ରାଜପ୍ରସାଦ ବିଜେ, ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଜଣାଇବେ ସେବକ

ସେପଟେ ପାଖେଇ ଆସୁଛି ଘୋଷଯାତ୍ରା। ଶେଷ ପର୍ୟ୍ଯାୟରେ ପହଞ୍ଚିଲାଣି ରଥ ନିର୍ମାଣ କାମ। ରବିବାର ୩ ରଥରେ ହଂସପଟା ଲାଗିବା ପରେ ଆଜି କଳସ ଓ ଓଲଟଶୁଆ ଲାଗିଛି। ରୂପକାର ପ୍ରଭାରେ ଖୋଦେଇ କରି କିର୍ତ୍ତୀମୁଖ ଓ ଉଭୟ ପାର୍ଶ୍ବରେ ମଗରମୁଣ୍ଡ କରିବା ପରେ ରଙ୍ଗ ଦେବା ଆରମ୍ଭ ହୋଇଛି। ସେହିପରି ୩ ରଥରେ ଅଶ୍ବ ସଂଯୋଗ ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ ହୋଇଛି। ରଥଉପରେ ବିଶ୍ବକର୍ମା ମହାରଣା ପଟା ବାଡେଇ ସିଂହାସନ ବୁଜିଛନ୍ତି। ୩ରଥର ୯ଟି ଲେଖାଏ ପାର୍ଶ୍ବ ଦେବାଦେବୀ ହିସାବରେ ୨୭ଟି ଦେବାଦେବୀଙ୍କୁ ପଥ ଚାରିପାଖରେ ଥିବା ଜଳଯନ୍ତ୍ରରେ ସଂଯୋଗ କରାଯାଇଛି । ଦୁଆରବେଢା ପାଇଁ କନା କଟିଂ ପରେ ଲେସ ଲଗାଇଛନ୍ତି ଦରଜିସେବକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.