ରାମନବମୀରେ ରଥ କାଠ ଚିରା ଅନୁକୁଳ , ଖପୁରିଆ ଓଏଫ୍‌ଡିସିର କରତ କଳରେ ଚିରା ହେବ ୨୬୬ଖଣ୍ଡ କାଠ

Published By : Prameya-News7 Bureau | April 02, 2020 IST

କଟକ ୦୨।୦୪: ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ ହୋଇଛି । କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି କାଠ ଚିରା ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର  ମୁଦିନିଧି ଦଳ ଆଜ୍ଞାମାଳ ନେଇ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ କାଠ  ଚିରା ଆରମ୍ଭ ହୋଇଥିଲା ।ତିନି ରଥ ପାଇଁ ତିନୋଟି କାଠ ପୂଜା କରାଯାଇ ଚିରା ଯାଇଥିଲା ।

ରଥଯାତ୍ରା ପାଇଁ ପ୍ରତି ବର୍ଷ ରାମନବମୀରେ ରଥକାଠ ଚିରା ଅନୁକୂଳ ହୋଇଥାଏ । ପରେ ଏହି ଚିରା ଯାଇଥିବା କାଠ ରଥ ନିର୍ମାଣରେ ବ୍ୟବହୃତ ହୋଇଥାଏ । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇ ରଥ ସଂହିତା ଅନୁସାରେ ତିନି ରଥ ପାଇଁ ମୋଟ ୮୬୫ଖଣ୍ଡ କାଠ ଦରକାର ହୋଇଥାଏ ।୧୯୩ଟି କାଠ ଥିବା ବେଳେ ଏଥର ୬୭୨ଖଣ୍ଡ କାଠ ଦରକାର ହେବ । ସେଥିମଧ୍ୟରୁ ୨୬୬ଖଣ୍ଡ ଖପୁରିଆ କରତ କଳରେ ଚିରଟ ପାଇଁ ଯିବ । ବାକି ରଥଖଳାରେ ରଖି ରଥ ତିଆରିରେ ସିଧାସଳଖ ବ୍ୟବହାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.