ଆଜି ରଥକାଠ ଅନୁକୂଳ ; ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ

Published By : Prameya-News7 Bureau | February 10, 2019 IST

ପୁରୀ ୧୦|୨:  ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ଆଜି ପବିତ୍ର ବସନ୍ତ ପଞ୍ଚମୀରେ ଅନୁଷ୍ଠିତ ହେବ। ଏ ନେଇ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ ଏହି ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବାର ବିଧି ରହିଛି। ଆଗକାଳରୁ ନଦୀରେ ରଥକାଠ ଅଣାଯାଉଥିଲା। ଏହି ଦୃଷ୍ଟିରୁ ବସନ୍ତ ପଞ୍ଚମୀକୁ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବାର ସମୟ ଧାର୍ଯ୍ୟ ହୋଇଥିଲା। ଅତୀତରୁ ପାଳିତ ହେଇ ଆସୁଥିବା ଏହି ପରମ୍ପରା ଆଜି ବି ବଜାୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.