ରଥଖଳା ବେଶ ଚଳଚଞ୍ଚଳ

Published By : Prameya-News7 Bureau | June 29, 2018 IST

ଘୋଷଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ରଥଖଳା ବେଶ ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ତିନି ରଥର ନଦା ଉଠିବା ପରେ ପୋଟଳ ସଂଯୋଗ କାମ ଆରମ୍ଭ ହେବ । ଏଥିପାଇଁ ମହାରଣା ଓ ଭୋଇ ସେବାୟତମାନେ ପୋଟଳରେ ନାହାକା ସଂଯୋଗ କରିସାରିଛନ୍ତି । ସେହିପରି ପୋଟଳ ଉଠିବା ପୂର୍ବରୁ ନଦା କାମ ବି ଶେଷ ହୋଇଛି । ସେପଟେ ତିନି ରଥର ଦୁଆର କାମ ଏବଂ ଚନ୍ଦ୍ରଶାଳୀ ସଂଯୋଗ ବି ଶେଷ ହୋଇଛି । ଏହା ପରେ ପ୍ରଭା ସଂଯୋଗ କରାଯିବ । ସେହିପରି ରବପକାର ସେବାୟତମାନେ କଳସ, ଶୁଆ, ପାର୍ଶ୍ବ ଦେବାଦେବୀଙ୍କୁ ରଙ୍ଗ ଦେଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.