ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ପ୍ଲାଷ୍ଟିକ ଉପରେ କଟକଣ, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ଦିଆଯାଇଛି ଫୋକସ

Published By : Prameya-News7 Bureau | March 19, 2019 IST

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ଓ ଲଜିଂରେ ଶୁଦ୍ଧ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ପାଇଁ ଏକ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି ଗଠନ କରାଯାଇଛି। ବିଶୁଦ୍ଧ ଖାଦ୍ୟ ଓ ପାନୀୟ ଜଳ ଯୋଗ ନଗଲେ ସିଆରପିସି ୧୩୩ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଂପର୍କରେ ପ୍ରଥମେ ସମସ୍ତ ହୋଟେଲ ଓ ଲଜିଂକୁ ନୋଟିସ ଜାରି କରାଯିବ। ସେହିପରି ପାଣି ପାଉଚ୍ ସଂପୁର୍ଣ୍ଣ ବନ୍ଦ ସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

{"id":94935}

ବୈଠକରେ ରଥକାଠ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ, ପାନୀୟ ଜଳ ଯୋଗାଣ, ସ୍ୱେରେଜ, ଡ଼୍ରେନେଜ୍, ଆଲୋକୀକରଣ, ରେଳବାଇ ବିଭାଗର ବ୍ୟବସ୍ଥା, ପୌରପାଳିକା କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟରେ ବିଭାଗଗୁଡ଼ିକ ନିଜ ନିଜ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ଏସପି ଉମାଶଙ୍କର ଦାଶଙ୍କ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.