ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ କମିଟି ବୈଠକ ଆରମ୍ଭ
25/06/2018 at 8:04 AM

ରଥଯାତ୍ରା ପାଇଁ ତୃତୀୟ ସମନ୍ବୟ କମିଟି ବୈଠକ ଆରମ୍ଭ । ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷରେ ଚାଲିଛି ବୈଠକ । ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧକ୍ଷତାରେ ଚାଲିଛି ବୈଠକ । ମନ୍ତ୍ରୀ ନିରଞ୍ଜନ ପୂଜାରି ଏବଂ ସୁଶାନ୍ତ ସିଂ ବୈଠକରେ ଇପସ୍ତିତ ଅଛନ୍ତି । ଏହା ସହ ଶ୍ରୀ ମନ୍ଦିର ମୁଖ୍ୟ ପ୍ରସାଶକ, କେନ୍ଦ୍ରାଞ୍ଚଳ IG, RDC, ପୁରୀ ଜିଲ୍ଲାପାଳ, SP, ସେବାୟତ ପ୍ରମୁଖ ଉପସ୍ଥିତ ଅଛନ୍ତି । ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ଚାଲିଛି । ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ଉପରେ ବୈଠକରେ ଗୁରୁତ୍ବାରୋପ ।