Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରଥଯାତ୍ରା ପାଇଁ ତୃତୀୟ ସମନ୍ନୟ କମିଟି ବୈଠକ ; ୧୮୬ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ

25/06/2018 at 1:26 PM

ଆସନ୍ତା ରଥଯାତ୍ରା ପୂର୍ବରୁ ପୁରୀରେ ଅନୁଷ୍ଠିତ ହୋଇଯାଇଛି ତୃତୀୟ ସମନ୍ନୟ କମିଟି ବୈଠକ। ବୈଠକରେ ସହରର ସହରର ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ବର୍ଷାଦିନ ପାଇଁ ବିଭିନ୍ନ ରୋଗର ସଂକ୍ରମଣ ରୋକିବା ପାଇଁ ଖାଦ୍ୟ ତନଖି ଦଳ, ଜଳ ବିଶୋଧନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସହରକୁ ନିରବଛିନ୍ନ ଜଳ ଓ ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବସଷ୍ଟାଣ୍ତ, ପାର୍କିଂସ୍ଥାନ, ଡ଼ାକ୍ତରଖାନା ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଆଲୋକ ବ୍ୟବସ୍ଥା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ପୌରସଂସ୍ଥା ସମସ୍ତ ନାଳନର୍ଦ୍ଦମା ସଫା କାର୍ଯ୍ୟ ଶେଷ କରିବାକୁ କହିଥିବାବେଳେ ମରାମତି ହୋଇଥିବା ପୁରୁଣା ବସଷ୍ଟାଣ୍ତକୁ ରଥଯାତ୍ରା ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ରେଳବିଭାଗ ପକ୍ଷରୁ ଚଳିତ ବର୍ଷ ୧୮୬ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ପ୍ରାଥମିକ ଚିକିତ୍ସା ଓ ସୁଲଭ ଖାଦ୍ୟ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଜାତୀୟ ରାଜପଥ ବିଭାଗକୁ ବଡ଼ଦାଣ୍ତର ମରାମତି କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପୂର୍ତ୍ତ ବିଭାଗକୁ ସହରର ରାସ୍ତାଘାଟ ମରାମତି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ସେହିପରି ଡ଼୍ରେନେଜ୍ ଓ ସ୍ୱରେଜ୍ ର ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ଏହି ବୈଠକରେ। ଶାନ୍ତି ଶୃଙ୍ଖଳା ରକ୍ଷା ଓ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ପାଇଁ ପ୍ରମୁଖ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ସହ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା କରାଯିବ।
ଆଜିର ଏହି ସମନ୍ନୟ କମିଟି ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହଙ୍କ ସହ ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଆରଡ଼ିସି, ଜିଲ୍ଲାପାଳ, ଏସପି, ସେବାୟତ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଆଲୋଚନାରେ ଭାଗ ନେଇଥିଲେ।

   Related Posts