Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ରଥ ଦଉଡି ପାଇଁ ଚିନ୍ତା ନାହିଁ ; ଆନ୍ଦୋଳନ ପ୍ରତ୍ୟାହାର କଲେ କତା ନିଗମ କର୍ମଚାରୀ

30/06/2018 at 11:18 AM

ମହାପ୍ରଭୁଙ୍କ ରଥ ଦଉଡ଼ି ତିଆରି କରୁଥିବା କତାନିଗମର କର୍ମଚାରୀମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଆଜି ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପ୍ରଫୁଲ୍ଲ ସାମଲଙ୍କ ସହ ଆନ୍ଦୋଳନରତ କର୍ମଚାରୀଙ୍କ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏଣୁ ଆସନ୍ତା ରଥଯାତ୍ରା ପାଇଁ ରଥ ଦଉଡ଼ି ପ୍ରସ୍ତୁତି ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି। ପୁରୀ ଛଡ଼ା ବାରିପଦା, ବାଲେଶ୍ୱର, କେନ୍ଦ୍ରାପଡ଼ା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରାକୁ କତାନିଗମ କର୍ମଚାରୀମାନେ ରଥଦଉଡ଼ି ଯୋଗାଉଥିବା ବେଳେ ଏନେଇ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନରତ କର୍ମଚାରୀଙ୍କ ବେତନ ବୃଦ୍ଧି ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ଆସନ୍ତା ୨୪ ରୁ ୩୦ ତାରିଖ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଦୁଇମନ୍ତ୍ରୀଙ୍କ ସହ ପୁରୀ ଜିଲ୍ଲାପାଳ, କତାନିଗମ ଅଧ୍ୟକ୍ଷ, ନିଗମ କର୍ମଚାରୀ ସଂଘର କର୍ମଚାରୀମାନେ ଭାଗ ନେଇଥିଲେ।

   Related Posts