Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଚାଲିଛି ରଥ କାମ : ୩ ରଥର ୪୨ଟି ଚକ ମଧ୍ୟରୁ ୩୫ଟିର ନିର୍ମାଣ କାର୍ଯ୍ୟ ଶେଷ

21/05/2020 at 4:14 PM

ପୁରୀ ୨୧।୫: ଚାଲିଛି ରଥ ନିର୍ମାଣ କାମ । ବାତ୍ୟା ଅମ୍ଫାନ୍ ପାଇଁ ବୁଧବାର ବାତିଲ ହୋଇଥିଲା ରଥ ନିର୍ମାଣ କାମ । ଗୁରୁବାରଠାରୁ ପୁଣି କାମ ଆରମ୍ଭ ହୋଇଛି । ଏବେ ୩ ରଥର ୪୨ଟି ଚକ ମଧ୍ୟରୁ ପ୍ରାୟ ୩୫ଟି ଚକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି ।

ଅନ୍ୟ ସମସ୍ତ ଚକର ତୁମ୍ବ ନିର୍ମାଣ ସରିଥିବା ବେଳେ ସେଥିରେ ପଇ, ଅର ଲଗାଇବା କାର୍ଯ୍ୟ ଜାରି ରହିଛି । ସେହିପରି ୩ ରଥର ଅଖ ଗୁଡ଼ିକ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଦଣ୍ଡା ନିର୍ମାଣ କାର୍ଯ୍ୟ ମଧ୍ୟ କରାଯାଉଛି। ରଥର ରୂପାକର ସେବାୟତଙ୍କ ଦ୍ବାରା ଖୋଦେଇ କାର୍ଯ୍ୟ କରାଯାଇ ନୃସିଂହ ମୂର୍ତ୍ତି ନିର୍ମାଣ କରାଯାଉଛି।

ଆସନ୍ତା ଶୀତଳ ଷଷ୍ଠୀ ପୂର୍ବରୁ ସମସ୍ତ ୪୨ଟି ଚକ ନିର୍ମାଣ ଶେଷ କରାଯିବା ପରମ୍ପରା ଥିବାରୁ ଜୋରସୋରରେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ସମସ୍ତ ସେବାୟତ।

   Related Posts